ଗୋଟିଏ ଲିଭରରେ ବଞ୍ଚୁଥିବା ଦମ୍ପତି ଟ୍ରାନ୍‌ସପ୍ଲାଣ୍ଟ ଗେମ୍‌ସ ଅଫ୍‌ ଆମେରିକାରେ ଜିତିଲେ ୧୪ଟି ମେଡାଲ!

ସକାରାତ୍ମକ ଚିନ୍ତାଧାରା ଓ କଠିନ ପରିସ୍ଥିତିରେ ଲଢ଼ିବାର ଇଚ୍ଛାଶକ୍ତି ମଣିଷର ପରସ୍ପର ପାଇଁ ପ୍ରେରଣାର ସ୍ରୋତ ବନିିଯାଏ। ଚଣ୍ଡିଗଡର ଏକ ଦମ୍ପତି ମଧ୍ୟ ଏମିତି କିଛି କାରାନାମା କରିଦେଖାଇଛନ୍ତି। ଏହି ଦମ୍ପତି ଗତ ୮ ବର୍ଷ ହେଲା ଗୋଟିଏ ଲିଭରର ସହାୟତାରେ ଜୀବନ ବଞ୍ଚୁଛନ୍ତି। କିନ୍ତୁ ତାଙ୍କର ଜୀବନ ବଞ୍ଚିବାର ମନୋବୃତ୍ତି ନିଆରା। ଏହି ଦମ୍ପତି ହେଲେ ପ୍ରବୀଣ କୁମାର ରତନ ଓ ରୂପା ଅରୋଡା। ଏହି ଦମ୍ପତି ଆମେରିକାରେ ଅଙ୍ଗଦାନ କରୁଥିବା ଲୋକଙ୍କ ପାଇଁ ଆୟୋଜିତ ଇଣ୍ଟରନ୍ୟାସନାଲ ଖେଳ ପ୍ରତିଯୋଗିତାରେ ଉଭୟ ୭-୭ଟି ଗୋଲ୍‌ଡ ମେଡାଲ ଜିତି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଭାରତରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦମ୍ପତିଙ୍କ ମଧ୍ୟରେ ଏମାନେ ଏକୁଟିଆ। ପ୍ରବୀଣ ୟୁଟି ସଚିବାଳୟରେ ଇଂଜିନିୟରିଂ ବିଭାଗରେ ବରିଷ୍ଠ ଆକାଉଣ୍ଟ ଅଫିସର ଓ ତାଙ୍କ ପତ୍ନୀ ରୂପା ସେକ୍ଟର-୩୮ ସରକାରୀ ସ୍କୁଲ ଟିଚର ଅଛନ୍ତି।

ଉଭୟ ଟ୍ରାନ୍‌ସପ୍ଲାଣ୍ଟ ଗେମ୍‌ସ ଅଫ୍‌ ଆମେରିକାରେ ୧୪ଟି ମେଡାଲ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଏମିତି ବ୍ୟକ୍ତି ଭାଗ ନିଅନ୍ତି, ଯେଉଁମାନେ କୌଣସି ଅଙ୍ଗଦାନ କରିଥିବେ। ରୂପା ତାଙ୍କ ପତିଙ୍କୁ ନିଜ ଲିଭରର ୬୫ ପ୍ରତିଶତ ଭାଗ ଦାନ କରିଛନ୍ତି, ଯଦ୍ୱାରା ତାଙ୍କ ସ୍ୱାମୀଙ୍କ ଜୀବନ ବଂଚିପାରିଲା।

ସୂଚନାଯୋଗ୍ୟ, ୨୦୧୦ ମସିହାରେ ପ୍ରବୀଣଙ୍କୁ ପୋଲିଓ ହୋଇଯାଇଥିଲା। ଏହାଦ୍ୱାରା ତାଙ୍କ ଲିଭର ଖରାପ ହୋଇଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ୨୦୧୧ରେ ତାଙ୍କ ପତ୍ନୀ ରୂପା ଲିଭର ଡୋନେଟ୍‌ କରିବାର ନିଷ୍ପତ୍ତି ନେଇଥିଲେ। ପାଖାପାଖି ୧୮ ଘଣ୍ଟାର ସର୍ଜରୀ ଚାଲିଥିଲା। ଏହାର ୪ ଦିନ ପରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁଣି ଥରେ ସର୍ଜରୀ କରିବାକୁ ପଡିଥିଲା। କିନ୍ତୁୁ କଠିନ ପରିସ୍ଥିତିରେ ଉଭୟେ ଉଭୟଙ୍କ ହାତ ଛାଡିନଥିଲେ।

ସମ୍ବନ୍ଧିତ ଖବର