ଜାଣନ୍ତୁ ହାତରେ ମଳ ଧରି କାହିଁକି ବୁଲୁଛନ୍ତି ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସ!

ବେଜିଂ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସଙ୍କ ହାତରେ ଟଙ୍କା, ବିଲ୍‌ଗେଟସ୍‌ଙ୍କ ହାତରେ ନୂଆ କୌଶଳ ଆଦି କଥା ଆପଣ କେବେ ନା କେବେ ଶୁଣିଥିବେ ନିଶ୍ଚୟ। ମାତ୍ର ବିଲ୍‌ ଗେଟ୍‌ସଙ୍କ ହାତରେ ମଳ କଥାଟା ଶୁଣିବାକୁ ଟିକେ ଅଡୁଆ ଲାଗୁନି? ମାତ୍ର କଥାଟି ଶତ ପ୍ରତିଶତ ସତ। ମାଇକ୍ରୋସଫ୍ଟର ନିର୍ମାତା ଏକ କାଚ ଜାର୍‌ରେ କିିଛି ମଳ ଧରିଥିବା କଥା ଏବେ ସଭିଙ୍କୁ ଚକିତ କରିଛି।

ଗେଟ୍‌ସ ମଙ୍ଗଳବାର ଚୀନର ବେଜିଂଠାରେ ଆୟୋଜିତ ହୋଇଥିବା ‘ରେନ୍‌ଭେଣ୍ଟେଡ୍‌ ଟଏଲେଟ୍‌ ଏକ୍ସପୋ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ନିଆରା କାର୍ଯ୍ୟ କରିଛନ୍ତି। କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲା ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌’। କାର୍ଯ୍ୟକ୍ରମର ଲକ୍ଷ୍ୟ ସ୍ୱଚ୍ଛତା।

ବିଲ୍‌ଗେଟ୍‌ସ ଉକ୍ତ କାର୍ଯ୍ୟକ୍ରମରେ ଏକ ଜାର୍‌ ଭିତରେ କିଛି ମଣିଷ ମଳ ଧାରଣ କରି ସୂଚାଇବାକୁ ଚେଷ୍ଟା କରିଛନ୍ତି ଯେ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକର ଏକ ବିରାଟ ସମସ୍ୟା ହେଉଛି ଆବଶ୍ୟକ ପରିମାଣର ଶୌଚାଳୟର ଅଭାବ। ଏକ ସ୍ୱଚ୍ଛ କାଚ ଜାର୍‌ ଭିତରେ ମଳର ଅବସ୍ଥିିତି ଏକ ବିକାଶମୁଖୀ ରାଷ୍ଟ୍ରରେ ଶୌଚାଳୟର ଅଭାବର ଚିତ୍ରକୁ ସେ ବୁଝାଇବାକୁ ଚେଷ୍ଟା କରିଛନ୍ତି।

‘ଆମେ ଆମ ପିଲାଙ୍କୁ ଖେଳିବା ପାଇଁ ବାହାରକୁ ଛାଡ଼ିଥାଉ। ଜୀବନର ମାନେ ବୁଝିବା ପାଇଁ ନୁହେଁ, ବରଂ ପରୋକ୍ଷରେ ମୃତ୍ୟୁ ଓ ଅସୁସ୍ଥତା ସହ ଯୋଡ଼ିବା ପାଇଁ’ ବୋଲି ବିଲ୍‌ ଗେଟ୍‌ସ କହିଛନ୍ତି।

ଏହି ସମାଜପ୍ରେମୀ କୋଟିପତି ଜଣକ ଦୁନିଆକୁ ସ୍ୱଚ୍ଛ, ସୁସ୍ଥ ଓ ବିକାଶ ଦିଗରେ ନେବା ପାଇଁ ତାଙ୍କ ଆୟର ପ୍ରାୟ ଅଧା ଭାଗ ସେ ଜନକଲ୍ୟାଣ ସକାଶେ ଉପଯୋଗ କରୁଛନ୍ତି। ଆପଣଙ୍କୁ ଯେପରି ଲାଗୁଛି କି ଜୀବନରେ ଖାଦ୍ୟ ଓ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ? ସେହି ତାଲିକାରେ ସ୍ୱଚ୍ଛତା ବି ସ୍ଥାନ ପାଇବା ଉଚିତ ବୋଲି ବିଲ୍‌ ଗେଟ୍‌ସ କହିଛନ୍ତି।

ସମ୍ବନ୍ଧିତ ଖବର