କୁମାରୀତ୍ୱ ନିଲାମ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଲେ ଏହି ଦୁଇ ଛାତ୍ରୀ

ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗରେ ସମସ୍ତ ଜିନିଷର ବିଜ୍ଞାପନ ସୋସିଆଲ ମିଡିଆରେ ଜରିଆରେ କରାଯାଉଛି। କହିବାକୁ ଗଲେ ସୋସିଆଲ ମିଡିଆ ବର୍ତ୍ତମାନ ସମସ୍ତଙ୍କ ଜୀବନର ଏକ ବିଶେଷ ଅଂଶ ପାଲିଟିଛି। ଏହାର ଜ୍ୱଳନ୍ତ ଉଦାହରଣ ନେଦରଲ୍ୟାଣ୍ଡରେ ଦେଖିବାକୁ ମିଳିଛି। ସେଠାରେ ୨ ଜଣ ଛାତ୍ରୀ ଲୈଲା(୧୮) ଏବଂ ମୋନିକା(୨୦ ) ନିଜର କୁମାରୀତ୍ୱ ନିଲାମ ପାଇଁ ଜର୍ମାନର ଏସକର୍ଟ େଓ୍ଵବସାଇଟ ସିଣ୍ଡୋଲରେ ବିଜ୍ଞାପନ ଦେଇଛନ୍ତି । ଛାତ୍ରୀ ଦୁଇଜଣ ନିଲାମୀର ଆରମ୍ଭ ମୂଲ୍ୟ ୨୫ ହଜାର ଡ଼ଲାର ରଖିଛନ୍ତି । ଆସନ୍ତୁ ଜାଣିବା କ’ଣ ରହିଛି ସଂପୂର୍ଣ୍ଣ ଘଟଣା ।
ସୂଚନା ମୁତାବକ, ନେଦରଲ୍ୟାଣ୍ଡରେ ଅଧ୍ୟୟନରତ ଥିବା ମୋନିକା ଏବଂ ଲୈଲା ନାମକ ଦୁଇ ଛାତ୍ରୀ ନିଜର ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ଏକ ବଡ଼ ନିଷ୍ପତ୍ତିି ନେଇଛନ୍ତି । ଦୁହେଁ ଜର୍ମାନର ଏକ େଓ୍ଵବସାଇଟରେ ନିଜର କୁମାରୀତ୍ୱ ନିଲାମ କରିବାର ବିଜ୍ଞାପନ ଦେଇଛନ୍ତି । ସେ କହିଛନ୍ତି ଏଥିରୁ ମିଳିବା ଅର୍ଥ ଦ୍ୱାରା ଦୁହେଁ ତାଙ୍କର ପଢ଼ା ଖର୍ଚ୍ଚ ଉଠାଇବେ । ଏହି ନିଲାମର ଆରମ୍ଭ ମୂଲ୍ୟ ୨୫ ହଜାର ଡ଼ଲାର ରହିଛି। ନେଦରଲ୍ୟାଣ୍ଡରେ ଏପରି ବିଜ୍ଞାପନ ନିଷେଧ ରହିଥିବାରୁ ସେ ଦୁହେଁ ଜର୍ମାନ େଓ୍ଵବସାଇଟରେ ଏହି ବିଜ୍ଞାପନ ଦେଇଛନ୍ତି । ଏହି େଓ୍ଵବସାଇଟକୁ ବିଶେଷ କରି ମହିଳା ମାନଙ୍କ କୁମାରୀତ୍ୱ ବିକ୍ରି ଏବଂ ନିଲାମି ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ବିଭିନ୍ନ ବୟସର ମହିଳା ତାଙ୍କର କୁମାରୀତ୍ୱ ବିକ୍ରି ତଥା ନିଲାମ କରୁଥିବାର ଦେଖିବାକୁ ମିଳିଥାନ୍ତି।

ସମ୍ବନ୍ଧିତ ଖବର