୨୦ କିଲୋର ଅଜଗରକୁ ଉଦ୍ଧାର କରି ‘ବଚ୍ଚା’ ବୋଲି ସମ୍ବୋଧନ କଲେ ମହିଳା, ଭିଡିଓକୁ ଦେଖୁଛନ୍ତି ହଜାର ହଜାର ଲୋକ

କୋଚି: ଇଣ୍ଟର୍‌ନେଟ୍‌ରେ ଜଣେ ମହିଳାଙ୍କ ସହ ଅଜଗରର ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ମହିଳା ଜଣକ ଅଜଗରଟିକୁ ଉଦ୍ଧାର କରିବା ପରେ ତାକୁ ‘ବଚ୍ଚା’ ବୋଲି ସମ୍ବୋଧନ କରୁଥିବାର ଦେଖିବାକୁ ମିଳିଛି। ଯାହାକି ସୋସିଆଲ୍‌ ମିଡିଆରେ ଚର୍ଚ୍ଚିତ ହେବାରେ ଲାଗିଛି।

ଅଜଗରଟିକୁ ୬୦ ବର୍ଷ ବୟସ। ବିଦ୍ୟା ରାଜୁ ନାମ୍ନୀ ମହିଳା ଉଦ୍ଧାରକାରୀ ଅଜଗରଟିକୁ ତାଙ୍କ ଦଳୀୟ କର୍ମୀଙ୍କ ସହାୟତାରେ ଏର୍ଣ୍ଣାକୁଲମର ଏକ ଜନବସତି ଅଞ୍ଚଳରୁ ଉଦ୍ଧାର କରିଥିବାର ଜାଣିବାକୁ ମିିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ଖାଲି ହାତରେ ଅଜଗରଟିକୁ ଧରିଛନ୍ତି। ସାପଟିକୁ କିପରି ଆୟତ୍ତ କରାଯିବ ବିଦ୍ୟା ତାଙ୍କ ଦଳକୁ କୌଶଳ ବତାଉଛନ୍ତି। ସେ ଅଜଗରଟିକୁ ‘ବଚ୍ଚା’ ବୋଲି ସମ୍ବୋଧନ କରୁଥିବାର ଶୁଣିବାକୁ ମିଳିଛି।

୨୦ କିଲୋର ଏହି ଅଜଗରର ଭିଡିଓ ସୋସିଆଲ୍‌ ମିଡିଆରେ ଛାଇବାରେ ଲାଗିଛି। ଭିଡିଓଟିର ଭିୟୁ ୪୯,୦୦୦ ହୋଇଥିବା ବେଳେ ୪ ହଜାର ୨୦୦ ଥର ଲାଇକ୍‌ ହୋଇଛି ଓ ଏହାକୁ ୧୪୦୦ ଟ୍ବିଟର୍‌ ବ୍ୟବହାରକାରୀ ରି-ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର