ବ୍ୟର୍ଥ ଗଲା ନି ପ୍ରାର୍ଥନା, ଇଶ୍ୱରଙ୍କୁ ଡାକୁଥିବା ବେଳେ ସାମ୍ନାରେ ଥିବା ମୃତ୍ୟୁ ପଛକୁ ଫେରିଲା:ଭଡିଓ ଦେଖନ୍ତୁ

ସୁରଟ: କଥାରେ ଅଛି ‘ରଖେ ହରି ମାରେ କିଏ’। ଏହାର ଏକ ଜ୍ୱଳନ୍ତ ଉଦାହରଣ ଗୁଜୁରାଟ ସୁରଟରେ ଦେଖିବାକୁ ମିଳିଛି। ୫୫ବର୍ଷୀୟ ମହିଳାଙ୍କ ଉପରେ ଏକ ମିନିଭ୍ୟାନ୍‌ ମାଡିଯିବା ପରେ ବି ତାଙ୍କୁ ସାମାନ୍ୟ ଆଘାତଟିଏ ବି ଲାଗି ନାହିଁ। ଏହି ଘଟଣାର ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା କୈଦ୍‌ ହୋଇ ରହି ଯାଇଥିଲା। ଏହି ଫୁଟେଜ ଏବେ ଭାଇରାଲ ହେବାର ଲାଗିିଛି।

ସିସିଟିଭି ଫୁଟେଜରେ କୈଦ୍‌ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି, ଜଣେ ମହିଳା ମନ୍ଦିର ବାହାରେ ରାସ୍ତା ଉପରେ ଛିଡା ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଏହି ସମୟରେ ପଛକୁ ଫେରୁଥିବା ସୁରଟ ନଗର ନିଗମ (ଏସ୍‌ଏମ୍‌ସି)ର ମିନିଭ୍ୟାନ୍‌ ମହିଳାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା।

ଏହି ଘଟଣା ଉଧନା ବିଆରସି ଗେଟ୍‌ ନିକଟରେ ଥିବା ସାଇ ମନ୍ଦିର ବାହାରେ ଘଟିଛି। ରାମିଲା ସେଲଙ୍କି ଏସ୍‌ଏମ୍‌ସିରେ ଏକ ସଫାଇକର୍ମୀ। ତାଙ୍କର ଦାବି ହେଉଛି, ସାଇ ବାବା ତାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। କାରଣ ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେ ସାଇବାବାଙ୍କୁ ହିଁ ପ୍ରାର୍ଥନା କରୁଥିଲେ।

ସମ୍ବନ୍ଧିତ ଖବର