ପୁଅ ସହ ସମୁଦ୍ର କୂଳ ବୁଲି ଯାଇଥିବା ବେଳେ ମରି ପଡ଼ିଥିବା ମାଛ ମଧ୍ୟରେ ଏଭଳି ଜିିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମହିଳା
ନୂଆଦିଲ୍ଲୀ : ସମୁଦ୍ର କୂଳରେ ଚାଲିବା ସମସ୍ତଙ୍କୁ ପସନ୍ଦ । ସଂନ୍ଧ୍ୟା ସମୟରେ ଲୋକମାନେ ନିଜ କାମରୁ ସମୟ ବାହାର କରି ସମୁଦ୍ର କୂଳକୁ ବୁଲି ଯାଇଥାନ୍ତି । ତେବେ ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପୁଅକୁ ଧରି ସମୁଦ୍ର କୂଳ ଆଡ଼େ ବୁଲି ଯାଇଥିବା ବେଳେ ଯେଉଁ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଦେଖିଥିଲେ, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମିଲା ନିଜ ପୁଅକୁ ଧରି ସେଣ୍ଟ ସିମୋନ୍ସ ଆଇଲାଣ୍ଡକୁ ବୁଲି ଯାଇଥିବା ବେଳେ ସାମ୍ନାରେ ଏକ ମାଛକୁ ମରି ପଡ଼ିଥିବାର ଦେଖିଲେ । ପ୍ରଥମେ ସେ ଏହାକୁ ସାଧାରଣ ମାଛ ବୋଲି ଭାବି ଅଣ ଦେଖା କରୁଥିବା ବେଳେ ପରେ ନିଜ ପୁଅକୁ ଦେଖାଇବା ପାଇଁ ସେ ମାଛ ପାଖକୁ ଯାଇଥିଲେ । ସେଠାକୁ ଯିବା ପରେ ମାଛର ଦାନ୍ତ ଦେଖି ମିଲା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମାଛକୁ ଭଲ ଭାବରେ ଦେଖିବା ପରେ ମାଛର ଦାନ୍ତ ମଣିଷ ଭଳି ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ପୂର୍ବରୁ ଏଭଳି ଦୃଶ୍ୟ ଦେଖି ନଥିବା କହିଛନ୍ତି । ଏହା ସହ ମାଛର ଫଟୋ ସେ ଯାହାକୁ ବି ଦେଖାଇଥିଲେ, ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ବୋଲି ମିଲା କହିଛନ୍ତି ।