ମନ୍ଦିର ବାହାରେ ଭାରସାମ୍ୟ ହରାଇଲା ସ୍କୁଟି; ସିଧାସଳଖ ଶିବଲିଙ୍ଗ ସାମ୍ନାରେ ଥିବା ନନ୍ଦି ପାଖରେ ପଡ଼ିଲେ ମହିଳା

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ଘରକୁ ଯିବା ପାଇଁ ବାହାରେ ରଖିଥିବା ସ୍କୁଟିକୁ ଷ୍ଟାଟ କରିଥିଲେ। ସ୍କୁଟି ଷ୍ଟାଟ କରୁଥିବା ସମୟରେ ମହିଳା ଜଣକ ସ୍କୁଟି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳସ୍ୱରୂପ ସେ ସିଧାସଳଖ ମନ୍ଦିର ଭିତରେ ପଶି ନନ୍ଦି ପାଖରେ ଯାଇ ପଡ଼ି ଯାଇଥିଲେ। ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିିଟିଭିରେ କୈଦ୍‌ ହୋଇଯାଇଥିଲା। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

मंदिर के बाहर बेकाबू स्कूटर, सीधे शिवलिंग के पास गिरी महिला
aajtak

ପୁଣେ ସହରର ଉପନଗର ଓ୍ଵାକଡ଼ ମହାଦେବ ମନ୍ଦିରରେ ଘଟିଥିବା ଏହି ଘଟଣାର ଭିଡିଓ ଦୁଇଦିନ ହେବ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ମହିଳା ମହାଦେବଙ୍କ ଦର୍ଶନ ପାଇଁ ବାହାରେ ସ୍କୁଟି ରଖି ମନ୍ଦିର ଭିତରକୁ ଆସୁଛନ୍ତି। ଦର୍ଶନ ସାରି ବାହାରେ ରଖିଥିବା ସ୍କୁଟିକୁ ଷ୍ଟାଟ କରୁଥିବା ସମୟରେ ଗାଡ଼ିର ଏକ୍ସସିଲେଟରକୁ ଅଜଣାତରେ ବଢ଼ାଇ ଦେଉଛନ୍ତି, ଫଳସ୍ୱରୂପ ସେ ଗାଡ଼ି ସହିତ ମନ୍ଦିର ଭିତରକୁ ପଶି ଆସୁଛନ୍ତି ଏବଂ ଭଗବାନ ଶିବଙ୍କ ସମ୍ମୁଖରେ ଥିବା ନନ୍ଦି ପାଖରେ ଯାଇ ଛିଟିକି ପଡ଼ୁଛନ୍ତି।

ମହିଳାଙ୍କୁ ଏଭଳି ପଡ଼ିବା ଦେଖି ଆଖପାଖ ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ତାଙ୍କୁ ସେଠାରୁ ଉଦ୍ଧାର କରୁଛନ୍ତି। ସୌଭାଗ୍ୟବଶତଃ ଏହି ଘଟଣା ପରେ ମହିଳାଙ୍କ ଶରୀରରେ କୌଣସି ପ୍ରକାର ଆଘାତ ଲାଗି ନାହିଁ। ଏସବୁ ଘଟଣାର ଦୃଶ୍ୟ ସୁରକ୍ଷା ପାଇଁ ମନ୍ଦିରରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର