୨୬ଦିନ ମଧ୍ୟରେ ୨ଥରରେ ୩ ସନ୍ତାନଙ୍କୁ ଜନ୍ମ ଦେଲେ ୨୦ବର୍ଷୀୟ ମହିଳା, ପରେ ସାମ୍ନାକୁ ଆସିଲା କାରଣ…

ନୂଆଦିଲ୍ଲୀ : ବାଂଲାଦେଶରେ ରହୁଥିବା ଜଣେ ମହିଳା ୨୬ଦିନର ବ୍ୟବଧାନର ୨ଥରରେ ୩ଟି ସନ୍ତାନଙ୍କୁ ଜନ୍ମ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଚିକିତ୍ସା କରାଉଥିବା ଡ଼ାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିବା ଜଣାପଡ଼ିଛି । ୨୦ବର୍ଷୀୟ ମହିଳାଙ୍କ ପ୍ରଥମେ ସାଧାରଣ ଡେଲିଭରି କରାଯାଇଥିବା ବେଳେ ପିଲାଟିର ଶରୀର ଠିକ୍‌ ଭାବରେ ବିକଶିତ ହୋଇ ନଥିବା ଦେଖା ଯାଇଥିଲା । ଏହାର ୨୬ଦିନ ପରେ ମହିଳାଜଣଙ୍କ ପୁଣି ପେଟର ଯନ୍ତ୍ରଣା ନେଇ ଡ଼ାକ୍ତରଖାନାରେ ପହଞ୍ଚିଥିବା ପରେ ଅସ୍ତ୍ରୋପଚାର କରାଯାଇ ଯମଜ ସନ୍ତାନକୁ ବାହାରକୁ ଆଣିଥିଲେ ଡ଼ାକ୍ତର । ଏହା କିପରି ସମ୍ଭବ ସେ ଚିନ୍ତାରେ ଡ଼ାକ୍ତରମାନେ ଥିବା ବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପରେ ଡ଼ାକ୍ତର ଏହାର କାରଣ ଜଣାଇଥିଲେ ।

Indiatimes.com

ଡ଼ାକ୍ତରଙ୍କ କହିବା ଅନୁଯାୟୀ, ମହିଳାଙ୍କ ଶରୀରରେ ଦୁଇଟି ଗର୍ଭାଶୟ ଥିବାରୁ ଏପରି ହୋଇଥିଲା । ପ୍ରଥମେ ପ୍ରସବ ସମୟରେ ଆମେ ଦ୍ୱିତୀୟ ଗର୍ଭାଶୟ ଥିବା ନେଇ ଜାଣି ନଥିଲୁ । କିନ୍ତୁ ଦ୍ୱିତୀୟ ଡେଲିଭରୀ ସମୟରେ ସବୁ ସ୍ପଷ୍ଟ ହୋଇ ଯାଇଥିଲା ବୋଲି କହିଛନ୍ତି ଡ଼ାକ୍ତର । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏଭଳି ବିରଳ ଘଟଣା ସାମ୍ନାକୁ ଆସି ସାରିଛି ।

ସମ୍ବନ୍ଧିତ ଖବର