ଜଣେ ମହିଳା ଆଲିଙ୍ଗନ କରି ରୋଜଗାର କରନ୍ତି ୪୦ଲକ୍ଷ ଟଙ୍କା

ସିଡନୀ: ନିକଟରେ ଜଣେ ମହିଳାଙ୍କ ଆଲିଙ୍ଗନ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ମହିଳା ଅଜଣା ଲୋକଙ୍କୁ ଆଲିଙ୍ଗନ କରି ପାଖାପାଖି ୪୦ଲକ୍ଷ ଟଙ୍କା ରୋଜଗାର କରନ୍ତି। ଅଜଣା ଲୋକଙ୍କୁ ଆଲିଙ୍ଗନ କରିବା ଏହି ମହିଳାଙ୍କ ପେସା। ଏପରି କରି ସେ ୪୫ ହଜାର ପାଉଣ୍ଡ ଅର୍ଥାତ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାଆନ୍ତି।

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ରହୁଥିବା ଜେସିକା ଓ ନିଲ ଏହି ପେସାକୁ ୬ମାସ ପୂର୍ବରୁ ଆରମ୍ଭ କରିଥିଲେ। ଏଥିରୁ ସପ୍ତାହକୁ ୮୬୦ ପାଉଣ୍ଡ ରୋଜଗାର କରି ନିଅନ୍ତି। ଜେସିକା ଓ ନିଲଙ୍କ ଏକ ମସାଜ ସେଣ୍ଟର ରହିଛି, ସେଥିରେ ସେ ଏହି ଆଲିଙ୍ଗନ ସୁବିଧାକୁ ଯୋଡ଼ି ଦେଇଛନ୍ତି। ଗୋଟିଏ ଘଣ୍ଟା ଆଲିଙ୍ଗନ କରିବା ପାଇଁ ୪୫ପାଉଣ୍ଡର ସେ ଚାର୍ଜ ନେଇ ଥାଆନ୍ତି।

ଆଲିଙ୍ଗନ କରିବା ଦ୍ୱାରା ମନରେ ଆସୁଥିବା ନିଃସଙ୍ଗତା ଭଳି ଭାବନ ଦୂର ହୋଇଥିବା ଓ ଯେଉଁ ଲୋକମାନେ କାନ୍ତ ଓ ଚିନ୍ତାଗ୍ରସ୍ତ ରହୁଛନ୍ତି ସେମାନଙ୍କ ପାଇଁ ଏହି ଥେରାପି ବହୁ ଲାଭଦାୟକ ବୋଲି ଜେସିକା କହନ୍ତି। କାରଣ ସେଭଳି ଲୋକଙ୍କୁ ଆଲିଙ୍ଗନ କରିବା ଦ୍ୱାରା ସେମାନେ ଅନୁଭବ କରନ୍ତି କି କିଏ ତାଙ୍କୁ ସମ୍ମାନ ଓ ସ୍ନେହ କରୁଛି। ତେଣୁ ସେମାନଙ୍କ ମନରୁ ନିଃସଙ୍ଗ ଭାବନା ଦୂର ହୋଇ ଯାଇଥାଏ। ଜେସିକାଙ୍କ ଏହି ପେସାକୁ ନେଇ ତାଙ୍କ ସ୍ୱାମୀଙ୍କର କୌଣସି ଆପତ୍ତି ନାହିଁ। ଆଲିଙ୍ଗନ ପାଇଁ ପିଲାଠାରୁ ବୃଦ୍ଧ, ମହିଳା ଓ ପୁରୁଷ ସମସ୍ତେ ତାଙ୍କ ପାଖକୁ ଆସି ଥାଆନ୍ତି।

ସମ୍ବନ୍ଧିତ ଖବର