ଏକା ସାଙ୍ଗରେ ଦୁଇ ଦୁଇ ଥର ଗାଡ଼ି ଧକ୍କା ହେବା ପରେ ମଧ୍ୟ ବଞ୍ଚିଗଲେ ମହିଳା, ଭିଡିଓରେ ଦେଖନ୍ତୁ ସେ ସମୟର ହୃଦୟ ଥରାଇବା ଭଳି ଦୃଶ୍ୟ
ନୂଆଦିଲ୍ଲୀ : ଚୀନ୍ରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଦୁଇ ଥର ଗାଡ଼ି ଧକ୍କା ହେବା ପରେ ମଧ୍ୟ ମହିଳାଜଣଙ୍କ ଜୀବିତ ରହିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡିଓରେ ମହିଳାଙ୍କୁ ଏକ ଟାକ୍ସି ଆସି ଧକ୍କା ଦେବା ପରେ ସେ ତଳେ କଚାଡ଼ି ହୋଇ ପଡ଼ୁଛନ୍ତି । ପଡ଼ିବା ପରେ ଅଚେତ ହୋଇ ଯାଇଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିବା ପାଇଁ ଆସୁ ନାହାନ୍ତି, ଯାହା ପରେ ଏକ ଏସ୍ୟୁଭି ଗାଡ଼ି ଆସି ତାଙ୍କ ଉପରେ ଚଢ଼ି ଯାଉଛି । ଏହା ପରେ ଲୋକେ ତାଙ୍କୁ ଉଦ୍ଧାର କରୁଛନ୍ତି । ଉଦ୍ଧାର ପରେ ମହିଳାଜଣଙ୍କ ଜୀବିତ ଥିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ୪୧ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
Woman survives being run over by SUV in E #China https://t.co/OwREiKrn1d pic.twitter.com/klXn3o5n7m
— CGTN (@CGTNOfficial) October 15, 2019
ଭାଇରାଲ ଭିଡିଓରେ ଦେଖାଯାଇଛି କି, ମହିଳାଜଣଙ୍କ ନିଜ ସ୍କୁଟର ଯୋଗେ ଯାଉଥିବା ସହ ରାସ୍ତା ଫାଙ୍କା ଥିବା ଦେଖାଯାଉଛି । ଯାହା ପରେ ସେ ରାସ୍ତା ପାର ହେଉଛନ୍ତି । ଠିକ୍ ଏହି ସମୟରେ ହଠାତ ଏକ ଟାକ୍ସି ଆସି ତାଙ୍କୁ ଧକ୍କା ଦେବା ପରେ ସେ ତଳେ ପଡ଼ି ଯାଉଛନ୍ତି । ପଡ଼ିବାର କିଛି ସମୟ ପରେ ଏକ ଏସ୍ୟୁଭି ଗାଡ଼ି ଆସି ତାଙ୍କ ଉପରେ ଚଢ଼ି ଯାଉଛି । ଯାହାକୁ ଦେଖି ଲୋକେ ଏସ୍ୟୁଭି ଗାଡ଼ି ଚାଳକଙ୍କୁ ଅଟକିବାକୁ କହିବା ସହ ମହିଳାଙ୍କୁ ତଳୁ ବାହାର କରୁଛନ୍ତି । ଅକ୍ଟୋବର ୪ରେ ଏହି ଘଟଣା ଘଟିଥିବା ବେଳେ ଚିକିତ୍ସା ପରେ ମହିଳାଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି ।