ମୁଖାଗ୍ନି ଦେବାକୁ ଆଉ କିଛି ସମୟ ବାକିଥିବା ବେଳେ ଜୁଈରୁ ଉଠି ପଡ଼ିଲେ ମହିଳା

କୋଲକାତା: ମହାନଗରରେ ଶୁକ୍ରବାର ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ଶ୍ମଶାନକୁ ନିଆଯାଇଥିଲା। ଜୁଇରେ ରଖାଯାଇ ମୁଖାଗ୍ନି ଦେବା ପାଇଁ ରୀତିନୀତି ଚାଲିଥିବା ବେଳେ ହଠାତ୍‌ ମହିଳା  ଉଠି ପଡ଼ିଲେ। ଏଭଳି ଏକ ଘଟଣା ରାମକୁଷ୍ଣା ଶ୍ମଶାନ ଘାଟରେ ଘଟିଛି।

ପଶ୍ଚିବବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାର ମଧ୍ୟମଗ୍ରାମରେ ରହୁଥିବା ଶିବାନୀ ବିଶ୍ୱାସ(୫୫)ଙ୍କ ସରକାରୀ ହସ୍‌ପିଟାଲରେ ମୃତ୍ୟୁ ହୋଇଯାଇଥିଲା। ସେ ମଧୁମେହ ରୋଗରେ ପୀଡିତ ଥିଲେ। ଡାକ୍ତରଖାନାରେ ୪ଦିନ ଚିିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ତିମ ସଂସ୍କାର ପାଇଁ ମହିଳାଙ୍କ ପରିବାର ଲୋକଙ୍କୁ ମୃତ୍ୟୁର ପ୍ରମାଣ ପତ୍ର ବି ଦିଆଯାଇଥିଲା। ଏହାପରେ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ମୃତ ମହିଳା ସଧବା ହୋଇଥିବାରୁ ନୂଆ ଶାଢ଼ି ଓ ସିନ୍ଦୂରରେ ତାଙ୍କ ପାଖପଡୋଶୀ ସଜାଇ ଥିଲେ। ଏହାପରେ ମହିଳାଙ୍କ ଶବକୁ ସଂସ୍କାର ପାଇଁ ରାମକୃଷ୍ଣ ଘାଟକୁ ନିଆଯାଇଥିଲା। ଯେମିତି ହିଁ ତାଙ୍କୁ ଜୁଈ ଉପରେ ରଖାଯାଇଛି, ହାତ ଗୋଡ ହଲୁଥିବାର ସେଠାରେ ଉପସ୍ଥିତ ଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଏହାପରେ ମହିଳାଙ୍କ ପରିବାର ଓ ସ୍ୱାମୀ ଶିବାନୀଙ୍କୁ ଜୀବିତ ଅବସ୍ଥାରେ ପାଇ ଖୁସିରେ ଆତ୍ମବିହେ୍ଵାର ହୋଇ ପଡ଼ିଥିଲେ। କିନ୍ତୁ ତାଙ୍କୁ ଡାକ୍ତରଖାନାରେ ନେବା ପରେ ଡାକ୍ତର ପୁଣି ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର