ବାଡି ସାହାଯ୍ୟରେ କିପରି ବାଘ ସହ ଲଢ଼େଇ କରି ନିଜ ଜୀବନ ବଞ୍ଚାଇଛନ୍ତି ଏହି ଯୁବତୀ ଜାଣନ୍ତୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ବସବାସ କରୁଥିବା ୨୧ବର୍ଷୀୟ ଯୁବତୀ ନିଜ ଜୀବନକୁ ବାଜି ମାରି ତାଙ୍କ ଛେଳିକୁ ବଞ୍ଚାଇବା ପାଇଁ ବାଘ ସହିତ ଲଢ଼େଇ କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏଥିରେ ସେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବାଘ ସହ ଗୁରୁତର ହୋଇଥିବା ଯୁବତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମାର୍ଚ୍ଚ ୨୩ ତାରିଖରେ ରୁପାଲି ସକୋଲି ତାଲୁକାଙ୍କ ସହିତ ଏଭଳି ଏକ ଘଟଣା  ଘଟିଥିଲା। ତାଙ୍କ ଘର ସାମ୍ନାରେ ବନ୍ଧା ଯାଇଥିବା ଏକ ଛେଳି ଉପରେ ବାଘ ଆକ୍ରମଣ କରିଥିଲା। ଅଧରାତିରେ ଛେଳିଟି ଭୟରେ ବୋବାଇବାକୁ ଲାଗିଥିଲା। ଛେଳିର ଚିତ୍କାର ଶୁଣି ରୁପାଲି ଧାଇଁ ଆସିଲା ବେଳକୁ ବାଘ ଛେଳିକୁ ଧରି ପକାଇଥିବା ଦେଖିବାକୁ ପାଇଥିଲେ। ଗୋଟିଏ ବାଡି ଦ୍ୱାରା ବାଘକୁ ବାଡେଇ ଛେଳିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ବାଘଟି ରୁପାଲିଙ୍କ ଉପରେ ଆକ୍ରମଣ କରିଥିଲା। ରୁପାଲିଙ୍କ ମା’ ଝିଅକୁ ଘର ଭିତରକୁ ଟାଣି ନେଇ କବାଟ ଦେଇ ଦେଇଥିଲେ। ଏହାପରେ ବାଘଟି ଘଟଣାସ୍ଥଳରୁ ଚାଲି ଯାଇଥିଲା। ଏଥିରେ ରୁପାଲି ଓ ତାଙ୍କ ମା’ ଉଭୟ ଗୁରୁତର ହୋଇଥିଲେ।

ସମ୍ବନ୍ଧିତ ଖବର