ପରିସ୍ରା ବିକ୍ରି କରି ଏହି ମହିଳା ରୋଜଗାର କରୁଥିଲେ ୧୨ହଜାର ଟଙ୍କା

0 1,077

ଲୋକେ ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ଆପଣାଇ ଥାଆନ୍ତି। ଜଣେ ଯୁବତୀ ଏଭଳି ଏକ ଉପାୟ ପାଞ୍ଚିଥିଲେ ଯିଏକି ନିଜର ୟୁରିନ୍‌ ( ପରିସ୍ରା) ବିକ୍ରି କରି ୧୨ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ।

Panda Mobile only

ସୂଚନାଯୋଗ୍ୟ, ଜଣେ କଲେଜ ଯାଉଥିବା ଯୁବତୀ ଘରେ ବସି ନିଜର ପରିସ୍ରା ବିକ୍ରି କରି ୧୨ହଜାର ଟଙ୍କା ରୋଜଗାର କରୁଥିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଏହା ଅବଶ୍ୟ ପୁରୁଣା ଘଟଣା କିନ୍ତୁ ମହିଳାଙ୍କ ରୋଜଗାର ମାଧ୍ୟମ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଆମେରିକାର ଫ୍ଲୋରିଡାରେ ରହୁଥିବା ଏହି ଯୁବତୀ ଅନ୍ତସତ୍ତ୍ୱା ଥିଲେ, ଦୁଇବର୍ଷ ପୂର୍ବରୁ ଅନ୍‌ ଲାଇନ୍‌ ଆଡ ସର୍ଭିସ୍‌ ଜରିଆରେ ପରିସ୍ରା ବିକ୍ରି କରିବାର ଏକ ବିଜ୍ଞାପନ ଦେଇଥିଲେ। ନିଜର ପଜିଟିଭି ୟୁରିନ୍‌ ବିକ୍ରି କରି ଲକ୍ଷ ଟଙ୍କା କମାଇଥିଲେ ଏହି ଯୁବତୀ।

ସେ ବିଜ୍ଞାପନରେ ଲେଖିଥିଲେ କି ମୁଁ ତିନିମାସର ଅନ୍ତସତ୍ତ୍ୱା ଅଛି। ଯଦି କେହି ମୋର ୟୁରିନ୍‌କୁ ନେଇ ନିଜର କୌଣସି କାମ ପୁରା କରିବା ପାଇଁ ଚାହାନ୍ତି ତେବେ ସେମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ। ଯୁବତୀଙ୍କ ବିଜ୍ଞାପନ କରେ ୟୁରିନ୍‌ କ୍ରୟ କରିବା ପାଇଁ ମହିଳାଙ୍କ ଭିଡ ଜମିଲା। ଯୁବତୀଙ୍କ ଏହି ପରିସ୍ରା ଜରିଆରେ ପଜିଟିଭ ପ୍ରେଗନେନ୍ସି ଟେଷ୍ଟକୁ ଦେଖାଇ ସେଭଳି ପୁରୁଷଙ୍କୁ ମହିଳାମାନେ ବ୍ଲାକ୍‌ମେଲ କରିବାରେ ସୁବିଧା ହେଲା ଯେଉଁମାନେ ମହିଳାମାନଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବିବାହ କରି ନଥାଆନ୍ତି କିମ୍ବା ତଲାକ୍‌ ଦେବାକୁ ଚାହିଁ ଥାଆନ୍ତି। ଏହି ପରିସ୍ରା ନେଇ ସେମାନେ ପୁରୁଷଙ୍କ ଉପରେ ଇମୋସନାଲ ବ୍ଲାକ୍‌ମେଲ କରିଥାଆନ୍ତି। ତେବେ ଯୁବତୀଙ୍କ ଏହି ବିଜ୍ଞାପନକୁ ନେଇ ଅନେକ ଲୋକ ପ୍ରତିକ୍ରିୟା କରିବା ପରେ ସାଇଟରୁ ବିଜ୍ଞାପନ ହଟାଇ ଦିଆଯାଇଥିଲା। କିନ୍ତୁ ତାହାର ସ୍କ୍ରିନ୍‌ସଟ ଭାଇରାଲ ହୋଇଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.