ପୋଷା କୁକୁରକୁ ଖୋଜି ଖୋଜି ୩୪୯ କି. ମି. ଯାତ୍ରା କଲେ ମହିଳା

ନୂଆଦିଲ୍ଲୀ: ନଇଡ଼ାସ୍ଥିତ ଏକ ଫୋଷ୍ଟର୍‌ ହୋମ୍‌କୁ ନେଇଥିବା ଗୋଟାଏ କୁକୁର ହଜିଯିବାରୁ କେବଳ ତାକୁ ହିଁ ଖୋଜିବାକୁ ଉତ୍ତରାଖଣ୍ଡର ପ୍ରୟାଗ ମିଶ୍ର ନାମ୍ନା ଜଣେ ୩୧ ବର୍ଷୀୟ କୁକୁରପ୍ରେମୀ ୩୪୯ କିଲୋମିଟର୍‌ ବାଟ ପରିକ୍ରମା କରି ଦିଲ୍ଲୀରେ ପହଞ୍ଚିଥିଲେ। ୮ ମାସର ମାଈକୁକୁର କୁକିକୁ ଖୋଜିବାରେ ତାଙ୍କୁ ସହାୟତା କଲେ ୧୦, ୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିବା ୪୦୦ ପାମ୍ପ୍ଲେଟ୍‌ ଗତ ସପ୍ତାହେ ଧରି ପ୍ରାୟଗ ବାଣ୍ଟି ଥିଲେ।

ମେ ୨୮ ତାରିଖ ଦିନ ପ୍ରୟାଗ ଦକ୍ଷିଣ ଦିଲ୍ଲୀର ଗ୍ରେଟର୍‌ କୈଳାସ ଏନ୍‌ ବ୍ଲକ୍‌ ପାଖ ରାସ୍ତା କଡ଼ରୁ ପ୍ରୟାଗ ସେ କୁକୁରଟିକୁ ପାଇଥିଲେ।

ଇମ୍ପାର୍ଟରେ ଆଞ୍ଚଳିକ ନିର୍ଦେଶିକା ଭାବେ କାର୍ଯ୍ୟରତ ପ୍ରାୟଗ କହନ୍ତି: କିଛି କାମରେ ମୁଁ ଦିଲ୍ଲୀସ୍ଥିତ ମୋ ଘରକୁ ଆସିଥିବା ବେଳେ ଦେଖିଲି ହଜିଯାଇଥିବା ଗୋଟାଏ ଭାରତୀୟ ପ୍ରଜାତିର କୁକୁର ତା’ର ମାଲିକଙ୍କୁ ଖୋଜୁଛି, ଅର୍ଥାତ୍‌ ମୋର ମନେହେଲା। ପରଦିନ ସେ ରାସ୍ତାରେ କାନ୍ଦୁଥିବାର ଦେଖି ମୁଁ ଘରକୁ ନେଇ ଆସିଲି।

ମୋତେ ଉତ୍ତରାଖଣ୍ଡକୁ ଫେରି ଯିବାକୁ ଥିବାରୁ କୁକୁରଟିକୁ ପାଳିବାକୁ କୌଣସି ଆଗ୍ରହୀ ପରିବାର ଖୋଜିଲି। ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବ୍ୟକ୍ତି ମୋତେ ଫୋନ୍‌ କଲେ କି ସେ ମାସେ ଦିମାସ ମଧ୍ୟରେ ଭାରତ ଆସିବେ ଓ କୁକିକୁ ପାଳିବେ। ତାକୁ ନଇଡ଼ାସ୍ଥିତ କାନ୍ନା ପଶୁ ମଙ୍ଗଳ କେନ୍ଦ୍ରକୁ ପଠାଇଦେବାକୁ ସେ ମୋତେ ପରାମର୍ଶ ଦେଲେ। ଜୁନ୍‌ ଆଠ ତାରିଖ ଦିନ କୁକି ସେଠାକୁ ଯିବା ପରେ ସେ ୫୦୦ ଡଲାର୍‌ ଦେଇଥିଲେ।

କୁକି ପଶୁ ମଙ୍ଗଳ କେନ୍ଦ୍ରରୁ ଲୁଚି ପଳାଇଛି ବୋଲି ଖବର ପାଇବା ପରେ ଜୁଲାଇ ୬ ତାରିଖ ଦିନ ପ୍ରୟାଗ ଦିଲ୍ଲୀ ଆସିଲେ।

ସେବେ ଠାରୁ ପ୍ରୟାଗ କୁକିକୁ ଖୋଜାଖୋଜି କରୁ ଥିଲେ ମଧ୍ୟ ପାଉ ନ ଥିଲେ। ସେ ନଇଡ଼ା ଥାନାକୁ ମଧ୍ୟ ଗଲେ, କିନ୍ତୁ ହଜିଲା କୁକୁରକୁ ଖୋଜିବା ପାଇଁ ପୁଲିସ ପାଖରେ ବେଳ ନାହିଁ କହି ସେମାନେ ଅଭିଯୋଗ ଲେଖାଇବାକୁ ମନା କଲେ।

ସେ ଯାହାହେଉ, ନଲେଜ୍‌ ପାର୍କ ଥାନାର ଜଣେ ତଦନ୍ତକାରୀ ଅଧିକାରୀ କହନ୍ତି: ଆମେ ଅଭିଯୋଗ ଗ୍ରହଣ କରିଛୁ ଏବଂ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର