ଗୋଟିଏ କଦଳୀ ପାଇଁ ବିଲ୍‌ ଆସିଲା ୮୭,୦୦୦ ଟଙ୍କା, ଆଶ୍ଚର୍ଯ୍ୟ ହୋଇଗଲେ ମହିଳା

ଲଣ୍ଡନ: ଗୋଟିଏ କଦଳୀ କିଣିବା ପାଇଁ ଯଦି ହଜାର ହଜାର ଟଙ୍କାର ବିଲ୍‌ ଭରିବାକୁ ପଡେ ତେବେ ଆପଣଙ୍କ ପ୍ରତିକ୍ରିୟା କିଭଳି ରହିବ? ନିଶ୍ଚିତ ରୁପେ ଆପଣ ଏହା ଶୁଣି ବିଚଳିତ ହୋଇ ପଡ଼ିବେ। ଏମିତି ଏକ ଘଟଣା ବ୍ରିଟେନ୍‌ ନାଟିଂହମ୍‌ରେ ଜଣେ ମହିଳାଙ୍କ ସହିତ ଘଟିଛି।

ବବି ଗାର୍ଡନ୍‌ ନାମକ ଏହି ମହିଳା ବ୍ରିଟେନ୍‌ସ୍ଥିତ ଏକ ସୁପରମାର୍କେଟ ଚେନ୍‌ରୁ କଦଳୀ ଅନଲାଇନ୍‌ ଜରିଆରେ ଅର୍ଡର କରିଥିଲେ। ଯେତେବେଳେ ଏହି କଦଳୀର ବିଲ୍‌ ତାଙ୍କ ହାତରେ ଲାଗିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି କଦଳୀର ବିଲ୍‌ ସଧାରଣ ବିଲ୍‌ରୁ ବହୁଗୁଣ ଅଧିକ ଥିଲା। ବୋବିଙ୍କ ପାଖକୁ ଗୋଟିଏ କଦଳୀ ପାଇଁ ପାଖାପାଖି ୮୭,୦୦୦ଟଙ୍କାର ବିଲ୍‌ ଆସିଥିଲା। ଯାହାର ସାଧାରଣ ମୂଲ୍ୟ ୧୧ଟଙ୍କା ରହିଥାଏ। ବବିଙ୍କ ହାତରେ ଭୁଲ ବିଲ୍‌ ଲାଗିବା ପରେ ସେ ଏହି ଘଟଣାକୁ ଟୁଇଟରରେ ସେୟାର କରିଥିଲେ। ଏହାପରେ ସୁପରମାର୍କେଟ ଚେନ୍‌ ତାଙ୍କୁ କ୍ଷମା ମାଗିବା ସହିତ ବିଲ୍‌ ବନାଉଥିବା କର୍ମଚାରୀଙ୍କ ଦ୍ୱାରା ଏହି ଭୁଲ ହୋଇଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର