ଓ୍ଵାସିଂଟନ୍‌: ଏମିତି ଏକ ଭୟାବହ ଦୃଶ୍ୟ, ଦୁର୍ଘଟଣା ପରେ ମହିଳା ଚାଳକ କାର ସହିତ ଗଛ ଉପରେ ଛଅଦିନ ପର୍ଯ୍ୟନ୍ତ ଝୁଲି ରହିଥିଲେ

ଓ୍ଵାସିଂଟନ୍‌: ଆମେରିକାର ରାଜଧାନୀ ଓ୍ଵାସିଂଟନ୍‌ ପାଖରେ ଏମିତି ଏକ ଦୁର୍ଘଟଣା ଦୃଶ୍ୟ ଓ ଘଟଣା ସାମ୍ନାକୁ ଯାହାକୁ ଶୁଣିଲେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଉଛନ୍ତି। ଅକ୍ଟୋବର ୧୨ ତାରିଖ ଦିନ ନ୍ୟାସନାଲ ହାଇେଓ୍ଵ ୬୦ ନିକଟସ୍ଥ ଉକନବର୍ଗରେ ଏକ ଦୁର୍ଘଟଣା ଘଟିଥିଲା। ନ୍ୟାସନାଲ ହାଇେଓ୍ଵ ୬୦ ଜଣେ ୫୩ ବର୍ଷୀୟ ମହିଳା କାର ଚଳାଇ ଯାଉଥିଲେ। ଏହି ସମୟରେ ତାଙ୍କ କାର ହାଇେଓ୍ଵରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ କାରଟି ୧୭ମିଟର ଦୂର ଏକ ଗଛରେ ଯାଇ ଲଟିକି ଯାଇଥିଲା। ଯେଉଁ ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହେଲା ସେହି ସମୟରେ ସେଠାରେ କେହି ନଥିଲେ କି ଦୁର୍ଘଟଣା ବିଷୟରେ କେହି କିଛି ଜାଣି ପାରି ନଥିିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଦୁର୍ଘଟଣା ପରେ ମହିଳା ୬ଦିନ ପର୍ଯ୍ୟନ୍ତ ଗଛ ଉପରେ କାରରେ ସେମିତି ଫସି ରହିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଏତେ ବଡ଼ ଭୟାବହ ଦୁଃଖଟଣା ଘଟିଥିଲେ ହେଁ ମହିଳା ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୮ରେ ଏରିଜୋନା ହାଇେଓ୍ଵରେ ମେଣ୍ଟେନେନ୍ସ କ୍ରୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କୁ ରେଲିଂ ଭାଙ୍ଗିଥିବାର ନଜର ଆସିଥିଲା। କିଛିଦୂର ଯାଇ ଦେଖିଲା ବେଳକୁ ଏକ କାର ଗଛ ଉପରେ ଝୁଲିଥିବା ଦେଖିବାକୁ ପାଇଥିଲେ। କାରଟି ହଲଚଲ ହୋଇଥିବା ଦେଖି ମେଣ୍ଟେନେନ୍ସ କ୍ରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ କାରକୁ ଖୋଲି ଦେଖିଥିଲେ ଗମ୍ଭୀର ଆଘାତରେ ମହିଳା ରକ୍ତାକ୍ତ ଅବସ୍ଥାରେ ସେଥିରେ ପଡ଼ି ରହିଥିଲେ।
ସେଠାରୁ ମହିଳାଙ୍କୁ ଉଦ୍ଧାର କରି ହେଲିକପ୍ଟର ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଚେତା ଆସିବା ପରେ ମହିଳା ସେ ଦୁଃଖଟଣା ଦୃଶ୍ୟକୁ ବଖାଣିବା ସହିତ, ସେ କାରରୁ ଓହ୍ଲାଇ ରାସ୍ତାକୁ ଆସିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ଅବସ୍ଥା ଶୋଚନୀୟ ଥିବାରୁ ଅସଫଳ ରହିଥିଲେ।

ସମ୍ବନ୍ଧିତ ଖବର