ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ମୋତି ନଗରରେ ମେଟ୍ରୋ ଷ୍ଟେସନ୍ରେ ଏକ ବଡ଼ ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। କିନ୍ତୁ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ବୋଲି ପୀଡିତାଙ୍କ ସ୍ୱାମୀ କହିଥିଲେ। ଷ୍ଟେସନ୍ରେ ଉପସ୍ଥିତ ଥିବା ଅଧିକାରୀ ଓ ସିଆରପିଏଫ୍ ଯବାନ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ପ୍ରକାଶିତ ରିପୋର୍ଟ ଅନୁସାରେ, ସକାଳ ୯.୨୦ଟା ସମୟରେ ମୋତି ନଗର ମେଟ୍ରୋ ଷ୍ଟେସନ୍ରେ ବୈଶାଳୀ ନାମକ ଜଣେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ବୈଶାଳୀ ମୋଦି ନଗର ଷ୍ଟେସନ୍ରେ ଓହ୍ଲାଇ ପଡ଼ିଥିଲେ କିନ୍ତୁ ତାଙ୍କ ଶାଢ଼ି ଗେଟ୍ରେ ଫସି ଯାଇଥିଲା ଓ ଗେଟ ବନ୍ଦ ହୋଇଯାଇଥିଲା। ଶାଢ଼ି ବହୁତ ପତଳା ହୋଇଥିବା ହେତୁ ଗେଟ୍ର ସେନ୍ସର ଜାଣି ପାରି ନଥିଲା ଓ ଗେଟ୍ ବନ୍ଦ ହୋଇଯାଇଥିଲା। ଏହା ପରେ ମେଟ୍ରୋ ଚାଲିବା ଆରମ୍ଭ କରିଥିଲା, ମହିଳା ବି ଟ୍ରେନ୍ ସହିତ ଟ୍ରାକ୍ରେ ଘୋଷାଡି ହୋଇ ଚାଲିଥିଲେ। ମହିଳା ଓ ଘଟଣାସ୍ଥଳରେ ଉପସ୍ଥିତ ଥିବା ଯାତ୍ରୀଙ୍କ ଚତ୍କାର ଶୁଣି ଟ୍ରେନ୍ ଅପରେଟର ସତର୍କତା ସହ ଟ୍ରେନ୍କୁ କିଛି ଦୂରରେ ଟ୍ରେନ୍କୁ ଅଟକାଇ ଦେଇଥିଲେ। ଏହି କାରଣରୁ ୨୦ମିନିଟ୍ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/metro_571_855.jpg)