ଭାରତୀୟ ରେଳର ପ୍ରଥମ ‘ମହିଳା କାରିଗର ଦଳ’

୧୬୫ ବର୍ଷର ଭାରତୀୟ ରେଳ ଇତିହାସରେ ପ୍ରଥମ ଥର ପାଇଁ କୋଡ଼ିଏ ଜଣ ମହିଳା କାରିଗରଙ୍କୁ ନେଇ ‘ମହିଳା କାରିଗର ଦଳ’ ଗଠିତ ହୋଇଛି। ଏମାନେ ନଥ୍‌ର୍ ଇଷ୍ଟ୍‍ ଫ୍ରଣ୍ଟିୟର୍‌ ରେଲ୍‌ଓ୍ଵରେ କାର୍ଯ୍ୟ କରୁଛନ୍ତି। ଏହି ଦଳ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ରେଳବାଇରେ କାର୍ଯ୍ୟରତ ମହିଳାଙ୍କ ସଶକ୍ତୀକରଣ ଏବଂ ପୁରୁଷଙ୍କ ସହ ସମାନ ଅଧିକାର ଓ ମର୍ଯ୍ୟାଦା। ଏବେ ଏହି ରେଳବାଇ ଅଧୀନରେ ପ୍ରାୟ ଏକ ହଜାର କାରିଗର ଅଛନ୍ତି। ଏମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଦୁଇ ଶହ। ସମସ୍ତେ ତାଲିମପ୍ରାପ୍ତ। ପ୍ରତି ଦିନ ରେଳ ଧାରଣା ଓ ବଗି ମରାମତି ଏମାନଙ୍କର ମୁଖ୍ୟ କାମ। ଖୁବ୍‌ ସତର୍କତାର ସହ ରେଳ ଧାରଣା, ଇଞ୍ଜିନ୍‌, ବଗି ଆଦିର ବିଭିନ୍ନ ଯନ୍ତ୍ରାଂଶର ତ୍ରୁଟିହୀନ ଯାଞ୍ଚ କରିବାକୁ ପଡ଼ିଥାଏ। ସାଧାରଣତଃ, ପୁରୁଷମାନେ ଏହି କାର୍ଯ୍ୟ କରନ୍ତି। ପୁରୁଷଙ୍କ ଏହି ଗଡ଼ରେ ଧୀରେ ଧୀରେ ମହିଳାଙ୍କ ସଂଖ୍ୟା ବଢ଼ିବା, ନିଶ୍ଚିତ ଭାବେ ଉଲ୍ଲେଖନୀୟ।

ସମ୍ବନ୍ଧିତ ଖବର