ନୂଆଦିଲ୍ଲୀ: ଦୁନିଆରେ କାହାର ଭାଗ୍ୟ କେବେ ଚମକିବ, ତାହା କେହି କହିପାରିବେ ନାହିଁ। କିଛି ଏଭଳି ଘଟଣା ଘଟିଛି ଗୁଜୁରାଟ ପୁଲିସରେ ରହି କାମ କରି ସାରିଥିବା କନଷ୍ଟେବଳ ଅର୍ପିତା ଚୌଧୁରୀଙ୍କ ସହ। କିଛି ଦିନ ତଳେ ସେ ପୁଲିସ ଷ୍ଟେସନରେ ଟିକ୍-ଟକ୍ ଭିଡିଓ ତିଆରି କରିଥିବା ହେତୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯିବାରୁ ଅର୍ପିତାଙ୍କୁ ଚାକିରିରୁ ନିଲମ୍ବିତ କରିଦିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଚାକିରି ହରାଇବା ପରେ ସେ ଆଉ କେବେ ଜୀବନରେ ଆଗକୁ ବଢ଼ିପାରିବେ ନାହିଁ ବୋଲି ଭାବି ନେଇଥିଲେ। କିନ୍ତୁ ହଠାତ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ ବୋଲି ତାଙ୍କୁ ଜଣା ନଥିଲା। ଯେଉଁ ଭିଡିଓ ପାଇଁ ସେ ଦିନେ ନିଲମ୍ବିତ ହୋଇଥିଲେ, ସେହିି ଭିଡିଓ ତାଙ୍କୁ ଯେ ନୂଆ ପରିଚୟ ଆଣିଦେବ, ସେ ବିଷୟରେ କେବେ ବି ଭାବି ନଥିଲେ ଅର୍ପିତା। ଭିଡିଓ ଭାଇରାଲ ପରେ ଏବେ କନଷ୍ଟେବଳ ଅର୍ପିତା ଅଭିନେତ୍ରୀ ଅର୍ପିତା ପାଲଟିଯାଇଛନ୍ତି। ଚାକିରିରୁ ବାହାର ହେବା ପରେ ତାଙ୍କୁ ଏକ ଗୁଜୁରାଟୀ ମ୍ୟୁଜିକ୍ ଭିଡିଓରେ କାମ କରିବାର ସୁଯୋଗ ମିଳିଥିଲା। ଗୀତଟିର ନାଁ ‘ଟିକ୍-ଟକନୀ ଦିୱାନୀ’ ଥିବା ବେଳେ ଗୀତ ରିଲିଜ୍ ପରେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି ଅର୍ପିତା। ରିଲିଜ୍ ହେବାର ଦୁଇ ଦିନ ପରେ ଭିଡିଓକୁ ୨ମିଲିୟନ ଲୋକ ଦେଖିସାରିଥିବା ଜଣା ପଡ଼ିଛି।
ତେବେ ନିଲମ୍ବିତ ହେବା ପରେ ଅର୍ପିତା ୪ଟି ମ୍ୟୁଜିକ ଭିଡିଓ କରିସାରିଛନ୍ତି। ଏହା ସହ ତାଙ୍କୁ ଅନେକ ଫିଲ୍ମର ଅଫର ମଧ୍ୟ ଆସୁଥିବା କହିଛନ୍ତି ଅର୍ପିତା।