ତାପମାତ୍ରା ବଢ଼ି ଯିବାରୁ ମହିଳା ରାସ୍ତା ମଝିରେ କାର୍‌ ଉପରେ ରୋଷେଇ କଲେ ମାଛ

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟ୍‌ରେ ବିଭିନ୍ନ ଅଦ୍ଭୁତ ପ୍ରକାରର ଭିଡ଼ିଓ ଏବେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ବଢ଼ୁଥିବା ତାପମାତ୍ରାରୁ ରକ୍ଷା ପାଇବା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ଉପାୟମାନ ଅବଲମ୍ବନ କରି ଲୋକେ ଇଣ୍ଟରନେଟ୍‌ରେ ଛାଡ଼ୁଥିବାର ଦେଖିବାକୁ ମିଳିଛି । ପୂର୍ବ ବର୍ଷ ବଢ଼ୁଥିବା ତାପମାତ୍ରାରେ ଜଣେ ବ୍ୟକ୍ତି ରାସ୍ତା ମଝିରେ ଅଣ୍ଡା ଆମ୍‌ଲେଟ୍‌ କରୁଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଚୀନ୍‌ର ଜଣେ ମହିଳା ରାସ୍ତା ମଝିରେ ଗାଡ଼ି ଉପରେ ମାଛ ଭାଜୁଥିବାର ଦେଖିବାକୁ ମିଳିଛି । ଏହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ପରେ ବହୁ ସଂଖ୍ୟାକ ଲୋକ ଏହାକୁ ସେୟାର କରିବାରେ ଲାଗିଛନ୍ତି ।

ମହିଳା ଜଣକ ରାସ୍ତା ମଝିରେ ମାଛ ରୋଷେଇ କରୁଥିବା ଫଟୋ ଚୀନ୍‌ର ସବୁଠାରୁ ବଡ଼ ଖବରକାଗଜ ‘ପିପୁଲ୍ସ ଡେଲି’ରେ ପ୍ରକାଶିତ ହୋଇଛି । ଚୀନ୍‌ରେ ତାପମାତ୍ରା ବୃଦ୍ଧି ପାଇ ୪୦ ଡ଼ିଗ୍ରି ହୋଇଥିବା ବେଳେ ଜଣେ ମହିଳା କାର ଉପରେ ମସଲା ଦେଇ ମାଛ ରୋଷେଇ କରୁଥିବାର ଦେଖିବାକୁ ମିଳିଥିଲା । ରାସ୍ତା ମଝିରେ ମହିଳା କୌଣସି ଚୁଲା ବିନା ଖରା ତାତିରେ ରୋଷେଇ କରୁଥିବା ଦେଖି ସେହି ରାସ୍ତାରେ ଯାଉଥିବା ଲୋକ ଏହାର ଭିଡ଼ିଓ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିବା ପରେ ବହୁ ସଂଖ୍ୟାରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର