ପରିସ୍ରା ବିକି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା
ଆଜିକାଲି ଲୋକ ରୋଜଗାର କରିବା ପାଇଁ ଅନେକ ପନ୍ଥା ଆପଣାଉଛନ୍ତି । କିଏ ଅଙ୍ଗଦାନ କରୁଛନ୍ତି ତ କିଏ କେଶ ଦାନ । ତେବେ ବର୍ତ୍ତମାନ ଆମେରିକାର ଜଣେ ମହିଳା ରୋଜଗାର କରିବାର ଏକ ଭିନ୍ନ ରାସ୍ତା ଆପଣାଇଛନ୍ତି । ଗର୍ଭାବସ୍ଥାରେ ଥିବା ସମୟରୁ ନିଜର ପରିସ୍ରା ବିକ୍ରି କରିବା ଆରମ୍ଭ କରିଛନ୍ତି ମହିଳା ଜଣଙ୍କ ।ଏହା ବିକ୍ରି କରି ବର୍ତ୍ତମାନ ମହିଳା ପାଲିଟିଛନ୍ତି ଲକ୍ଷପତି ।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଜଣଙ୍କ ଗର୍ଭାବସ୍ଥାର ତିନି ମାସ ହୋଇଥିବା ବେଳେ ତାଙ୍କ ଘର ବାହାରେ ପରିସ୍ରା ବିକ୍ରି ପାଇଁ ବିଜ୍ଞାପନ ଲଗାଇଥିଲେ । ଏହା ପରେ ଧୀରେ ଧୀରେ ତାଙ୍କ ପାଖକୁ ବହୁ ସଂଖ୍ୟାରେ ମହିଳା ପରିସ୍ରା କିଣିବା ପାଇଁ ପହଞ୍ଚିଥିଲେ । ସେ ଏପରି ବିଜ୍ଞାପନ ଛାପିବା କଥା ଆଗରୁ ଭାବି ନ ଥିଲେ କିନ୍ତୁ ତାଙ୍କ ପରିସ୍ରା କିଣିବା ପାଇଁ ତାଙ୍କ ଘର ସମ୍ମୁଖରେ ମହିଳାମାନଙ୍କର ଧାଡ଼ି ଲାଗିଥିଲା । ବଦଳରେ ମହିଳାମାନେ ୨୫ ଡ଼ଲାର ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ।
ତେବେ ଆପଣ ବର୍ତ୍ତମାନ ଭାବୁଥିଲେ କ’ଣ ପାଇଁ ତାଙ୍କର ପରିସ୍ରାର ଏତେ ଚାହିଦା। ପ୍ରକୃତରେ ଏହି ମହିଳାଙ୍କ ପରିସ୍ରାକୁ ନେଇ ଅନ୍ୟ ମହିଳାମାନେ ତାଙ୍କ ବଏଫ୍ରେଣ୍ଡ ଏବଂ ସ୍ୱାମୀଙ୍କୁ ବ୍ଲାକମେଲ କରୁଛନ୍ତି ।ଯେଉଁ ଅବିବାହିତା ମହିଳାମାନଙ୍କର ବଏଫ୍ରେଣ୍ଡ ତାଙ୍କୁ ବିବାହ କରିବା ପାଇଁ ରାଜି ହେଉ ନାହାନ୍ତି ତାଙ୍କୁ ଏହି ପରିସ୍ରା ଦ୍ୱାରା ସେମାନେ ଗର୍ଭବତୀ ହୋଇଛନ୍ତି ବୋଲି ଧମକାଉଛନ୍ତି । ଏହା ଆଇନ ବିରୋଧୀ ହେଉଥିଲେ ମଧ୍ୟ ଆମେରିକାରେ ମହିଳା ଜଣକ ଏହା ଦ୍ୱାରା ହୋଇପାରିଛନ୍ତି ଲକ୍ଷପତି।