ମେଳାରେ ବୁଲୁଥିବା ବେଳେ ମହିଳାଙ୍କ ଚେନ୍‌ ଚୋରି ହେବାରୁ ଦେଢ଼ ଲକ୍ଷ ଟଙ୍କା ଦେଲେ ଗ୍ରାମବାସୀ, ହେଲେ ପାଇଥିବା ଟଙ୍କା ସହ ୫ହଜାର ମିଶାଇ ଫେରାଇଲେ ମହିଳା, କହିଲେ…

ଯୋଧପୁର: ଯୋଧପୁରରେ ଥିବା ଏକ ଗ୍ରାମରେ ମେଳା ଚାଲୁଥିବା ବେଳେ ବିଭିନ୍ନ ଗାଁରୁ ଲୋକମାନେ ଏହି ମେଳାରେ ଯୋଗ ଦେବା ପାଇଁ ଆସିଥିଲେ । ଏହି ସମୟରେ ପାରସୀ ଦେବୀ ନାମକ ଜଣେ ମହିଳାଙ୍କ ବେକରୁ ଚେନ୍‌ ଚୋରି ହୋଇ ଯାଇଥିଲା । ଏହି ଖବର ପ୍ରସାର ହେବା ପରେ ଗାଁର ସମ୍ମାନ ରକ୍ଷା କରିବା ପାଇଁ ସବୁ ଗ୍ରାମବାସୀ ଟଙ୍କା ଆଦାୟ କରି ମହିଳାଙ୍କୁ ତାଙ୍କ ଚେନ୍‌ର ଦାମ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ମହିଳା ଏହି ଟଙ୍କା ନେବା ପରିବର୍ତ୍ତେ ଏଥିରେ ୫ହଜାର ଟଙ୍କା ମିଶାଇ ସବୁ ଟଙ୍କା ଫେରାଇ ଦେଇଥିଲେ ।

World Economic Forum

ଏହି ଟଙ୍କା ଫେରାଇବା ସହ ସେ ମେଳା ହେଉଥିବା ଅଞ୍ଚଳରେ ସିସିଟିଭି ଲଗାଇବା ପାଇଁ କହିଥିଲେ । ଯାହାପାଇଁ ଆଗକୁ ଏଭଳି ଘଟଣା ଘଟି ପାରିବ ନାହିଁ । ମହିଳାଙ୍କଠାରୁ ଏହି କଥା ଶୁଣିବା ପରେ ଗାଁ ଲୋକେ ତୁରନ୍ତ ସିସିଟିଭି ଲଗାଇବା କାମ ଆରମ୍ଭ କରିଥିବା ଜଣା ପଡ଼ିଛି । ୧୭୦୩ମସିହାରେ ଗଛକୁ ବଞ୍ଚାଇବା ପାଇଁ ୩୬୩ଲୋକ ମୃତ୍ୟୁବରଣ କରିଥିଲେ । ଯାହା ପରେ ଏହି ମେଳାର ଆରମ୍ଭ କରାଯାଇଥିଲା ।

ସମ୍ବନ୍ଧିତ ଖବର