ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଗାଧୋଇବାରେ ଏହି ମହିଳା ଖର୍ଚ୍ଚ କରନ୍ତି ମାସକୁ ୧ କୋଟି ଟଙ୍କା

ଦୁନିଆରେ ଏପରି କିଛି ଲୋକ ଅଛନ୍ତି , ଯେଉଁମାନେ ନିଜର ଇଛା ଏବଂ ସଉକକୁ ପୁରା କରିବା ପାଇଁ ବେଳେ ବେଳେ ଏପରି କିଛି କରିଥାନ୍ତି ଯାହା ସାଧାରଣ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିପରି ଜଣେ ମହିଳା ନିଜର ସଉକ ପୁରା କରିବା ପାଇଁ ଏପରି କିଛି କରୁଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ପାକିସ୍ତାନରେ ରହୁଥିବା ବ୍ରିଟିସ କୋଟିପତି ମହମ୍ମଦ ଜହୁରଙ୍କ ଏକମାତ୍ର ପତ୍ନୀ କମାଲିଆ ଜୁହର ନିଜର ସଉକୁ ପୂରା କରିବା ପାଇଁ ପ୍ରତିଦିନ ସାମ୍ପେନରେ ସ୍ନାନ କରନ୍ତି । ଖବର ମୁତାବକ କମାଲିଆ ଯେଉଁ ସାମ୍ପେନରେ ଗାଧାନ୍ତି ତାର ଗୋଟିଏ ବୋତଲର ମୂଲ୍ୟ ୫୦୦ ଟଙ୍କା । ଦିନକୁ ଗୋଟେଥର ଗାଧୋଇବା ପାଇଁ କମାଲିଆ ପ୍ରାୟ ୨୦ ରୁ ୩୦ ଟି ବୋତଲ ବ୍ୟବହାର କରିଥାନ୍ତି । ଏଥିସହିତ କମାଲିଆ ଗାଧୋଇବା ବେଳେ ତାଙ୍କର ସେବା କରିବା ପାଇଁ, ୨୦ ରୁ ୨୨ ଜଣିଆ ଏକ ଟିମ ସେଠାରେ ଉପସ୍ଥିତ ରହିଥାନ୍ତି । ଏହି ସମସ୍ତ ଖର୍ଚ୍ଚକୁ ଯଦି ମିଶାଇ ଦିଆଯାଏ ତେବେ କମାଲିଙ୍କ ଗାଧୋଇବାରେ ମାସକୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ସେତିକିରେ ବି କମାଲିଆଙ୍କ ସଉକ ପୁରା ହୋଇନାହିଁ । କମାଲିଆ ହୀରାରେ ସଜ୍ଜିତ ହୋଇଥିବା ହାତ ଘଣ୍ଟା ବ୍ୟବହାର କରିବା ସହିତ ତାଙ୍କ ପାଖରେ ୧୦ ଟି ବଙ୍ଗଳା, ଗୋଟେ ପ୍ରାଇଭେଟ ଜେଟ୍, ଏବଂ ୫ ମିଲିୟନ “ୟୁରୋ”ର ଗୋଟେ ୟାଚ୍ ମଧ୍ୟ ରହିଛି । ଏହାକୁ ଛାଡି କମାଲିଆ ବ୍ୟବହାର କରୁଥିବା ଚଷମାର ମୂଲ୍ୟ ୪ ଲକ୍ଷ ଟଙ୍କା ହୋଇଥିବା ବେଳେ ଗୋଟେ ହେଡବ୍ୟାଣ୍ଡର ଦାମ ୯୦ ଲକ୍ଷ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର