ଖୁବ୍‌ ଜୋର୍‌ରେ ହସିବା ମହଙ୍ଗା ପଡ଼ିଲା, ବାହାରକୁ ବାହାରି ଗଲା କଳ

ନୂଆଦିଲ୍ଲୀ : ସୁସ୍ଥ ରହିବା ପାଇଁ ହସିବା ଅତ୍ୟନ୍ତ ଜରୁରୀ । ସବୁ ଲୋକଙ୍କୁ ଡାକ୍ତର ହସିବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଚୀନ୍‌ରେ ରହୁଥିବା ଜଣେ ମହିଳାଙ୍କୁ ଖୁବ୍‌ ଜୋରରେ ହସିବା ଭାରି ପଡ଼ିଛି । ଜୋରରେ ହସିବା କାରଣରୁ ମହିଳାଙ୍କ କଳ ବାହାରକୁ ଆସି ଯାଇଥିବା ଜଣା ପଡ଼ିଛି ।

बहुत जोर से हंसी महिला तो उखड़ गया जबड़ा, खुला रह गया मुंह
aajtak.intoday.in

ସୂଚନା ମୁତାବକ, ଘଟଣାଟି ଚୀନ୍‌ର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ଘଟିଛି । ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା କୌଣସି କଥାକୁ ନେଇ ଏତେ ଜୋରେ ହସିଥିଲେ ଯେ, ଯାହାର କିଛି ସମୟ ପରେ ତାଙ୍କର କଳ ବାହାରି ଆସିଥିଲା । ମହିଳାଙ୍କ ଏଭଳି ଅବସ୍ଥା ଦେଖି ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକେ ଭୟଭୀତ ହୋଇ ଯାଇଥିଲେ । ତୁରନ୍ତ ଟ୍ରେନ୍‌ରେ ଯାଉଥିବା ଡାକ୍ତର ଲୁଓ ମହିଳାଙ୍କ ପାଖକୁ ଆସି ତାଙ୍କ ସମସ୍ୟା ବୁଝିଥିଲେ । ମହିଳାଙ୍କ କଳ ବାହାରି ଆସିଥିବା ଦେଖି ରକ୍ତଚାପ ପରୀକ୍ଷା କରିବା ପରେ ମହିଳାଙ୍କ ଚିକିତ୍ସା କରିଥିଲେ ଡାକ୍ତର ଲୁଓ ।

ସମ୍ବନ୍ଧିତ ଖବର