ପୁରୁଷଙ୍କ ଭଳି କର୍ମଜୀବୀ ମହିଳା ବି ମହତ୍ତ୍ୱାକାଙକ୍ଷୀ:ସର୍ଭେ

ସାଧାରଣତଃ କୁହାଯାଏ ଯେ ,ପୁରୁଷମାନେ ମହତ୍ତ୍ୱାକାଙ୍‌କ୍ଷୀ।ହେଲେ ଏବେ ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ,ମହିଳାମାନେ ବି କିଛି କମ୍‌ ନୁହନ୍ତି ଏ କ୍ଷେତ୍ରରେ।ଏକ ସର୍ଭେରୁ ଜଣାଯାଇଛି ଯେ ୮୭ ପ୍ରତିଶତ ଭାରତୀୟ କର୍ମଜୀବୀ ମହିଳା ନିଜ ନିଜ କ୍ୟାରିଅର୍‌ରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚାହାନ୍ତି।ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ,ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ ମହତ୍ତ୍ୱାକାଙ୍‌କ୍ଷୀ।

ବୋଷ୍ଟନ୍‌ କାଉନ୍‌ସେଲିଂ ଗ୍ରୁପ୍‌ (ବିସିଜି) ପକ୍ଷରୁ ‘ଫ୍ରମ୍‌ ଇଣ୍ଟେନସନ୍‌ ଟୁ ଇଂପାକ୍ଟ:ବ୍ରିଜିଂ ଦ ଡ଼ାଇଭର୍ସିଟି ଗ୍ୟାପ ଇନ୍‌ ଦ ଓ୍ଵାର୍କସପ୍‌’ଶୀର୍ଷକରେ ଏକ ଅନୁସନ୍ଧାନ କରାଯାଇଥିଲା। ଏଥିରେ ମାତ୍ର ୬୦ ପ୍ରତିଶତ ମହିଳା କହିଛନ୍ତି ଯେ, ତାଙ୍କର କଂପାନି ଲିଙ୍ଗଗତ ବିଭେଦକୁ ଅଗ୍ରାଧିକାର ଦେଇଆସିଛି।ଅପରପକ୍ଷରେ ୭୩ ପ୍ରତିଶତ ପୁରୁଷଙ୍କ ମତ ହେଲା ଯେ, କାର୍ଯ୍ୟକ୍ଷେତ୍ରରେ ଅଧିକାଂଶ କଂପାନି ଲିଙ୍ଗଗତ ବିଭେଦକୁ ପ୍ରୋତ୍ସାହନ ଦେଉଛନ୍ତି।
ଏଥିରୁ ଜଣାଯାଏ ଯେ,ମହିଳାମାନଙ୍କ ତୁଳନାରେ ପୁରୁଷମାନେ ଲିଙ୍ଗଗତ ପ୍ରତିବଦ୍ଧତାକୁ ନେଇ ଅଧିକ ଆଶାବାଦୀ ଅଛନ୍ତି।ବିସିଜିର ନିର୍ଦ୍ଦେଶକ ପ୍ରିୟଙ୍କା ଅଗ୍ରଓ୍ଵାଲ୍‌ କହିଛନ୍ତି ଯେ,ଲିଙ୍ଗଗତ ବିଭେଦତାକୁ ସମର୍ଥନ ଦେଲେ ବି ପୁରୁଷ ଓ ମହିଳା କର୍ମଚାରୀଙ୍କ ମଧ୍ୟରେ ସଂପର୍କ ମଜଭୁତ୍‌ ହେବ।

ସମ୍ବନ୍ଧିତ ଖବର