ଦୁନିଆର ସବୁଠାରୁ ବଡ଼ ମନ୍ଦିର ଭାରତରେ ନୁହେଁ ବରଂ ବିଦେଶରେ

ଭାରତକୁ ଏତିହାସିକ ସଂସ୍କୃତିର ଗନ୍ତାଘର ବୋଲି କୁହାଯାଉଥିଲେ ମଧ୍ୟ ବିଶ୍ୱର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ଦେଖିବାକୁ ମିଳେ ବିଦେଶରେ। ଆଜ୍ଞା ହଁ! ଆମେରିକାରେ ଏକ ଅତ୍ୟନ୍ତ ସୁନ୍ଦର ଏବଂ ବିଶାଳ ହିନ୍ଦୁ ମନ୍ଦିର ରହିଛି ଯାହାକୁ ଦେଖିବା ପାଇଁ ଦୂରାନ୍ତରରୁ ପର୍ଯ୍ୟଟକମାନେ ସେଠାକୁ ଯାଇଥାନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ…

ଆମେରିକାରର ନ୍ୟୁଜର୍ସିର ରେବିନ୍ସଭିଲେଠାରେ ଏକ ଅକ୍ଷରଧାମ ମନ୍ଦିର ରହିଛି। ଏହା ୧୬୨ଏକର ପରିମିତ ଜମି ଉପରେ ନିର୍ମାଣ କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଅଧିକ ଜମି ଉପରେ ନିର୍ମିତ ହୋଇଥିବା ମନ୍ଦିର। ଏହି ମନ୍ଦିରକୁ ନିର୍ମାଣ କରିବା ପାଇଁ ଭାରତରୁ ପ୍ରାୟ ୧୩,୧୯୯ ପଥର ସେଠାକୁ ପଠା ଯାଇଥିଲା। ଏହି ମନ୍ଦିର ଆକାରରେ ବିଶାଳ ହେବା ସଙ୍ଗେ ସଙ୍ଗେ ବିଶ୍ୱର ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦର ମନ୍ଦିର ଅଟେ। ୧୩୪ ଫୁଟ ଲମ୍ବ ଏବଂ ୮୭ ଫୁଟ ଚଉଡ଼ା ବିଶିଷ୍ଟ ଏହି ମନ୍ଦିରରେ ୧୦୮ଟି ସ୍ତମ୍ଭ ରହିବା ସହ ୩ଟି ଗର୍ଭଗୃହ ରହିଛି। ଶିଳ୍ପଶାସ୍ତ୍ର ଅନୁଯାୟୀ ପ୍ରସ୍ତୁତ ଏହି ମନ୍ଦିରରେ ୬୮ ହଜାର କ୍ୱିବିକ୍‌ ଫୁଟର ଇଟାଲିୟାନ ମାର୍ବଲ ବ୍ୟବହାର କରାଯାଇଛି। ଏହାକୁ ନିର୍ମାଣ କରିବା ପାଇଁ ଭାରତୀୟ କାରିଗରମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।

ସମ୍ବନ୍ଧିତ ଖବର