ସମୁଦ୍ରଠାରୁ ୨୮ ଫୁଟ୍ ତଳେ ଥିବା ବିଶ୍ୱର ସବୁଠାରୁ ବଡ ଅଣ୍ଡରୱାଟର୍ ମ୍ୟୁଜିୟମ୍ !

ବିଶ୍ୱର ସବୁଠାରୁ ବଡ଼ ଅଣ୍ଡରୱାଟର୍ ମ୍ୟୁଜିୟମ୍ ରହିଛି ମ୍ୟାକ୍ସିକୋରେ। ଯାହା ସମୁଦ୍ର ଭିତରର ଜୀବନକୁ ଅନୁଭବ କରାଏ। ଯଦି ସମୁଦ୍ର ଭିତରର ଦୁନିଆକୁ କେବେ ଦେଖିବାକୁ ଚାହାନ୍ତି ତେବେ ସବୁଠାରୁ ବଡ ଅଣ୍ଡରୱାଟର୍ ମ୍ୟୁଜିୟମକୁ ଥରେ ବୁଲି ଆସନ୍ତୁ । ମ୍ୟାକ୍ସିକୋର ମାନ୍ୟୁମେଣ୍ଟଲ ଅଣ୍ଡରୱାଟର୍ କଣ୍ଟେପ୍ରେରୀ ମ୍ୟୁଜିୟମ୍ ଅଫ୍ ଆର୍ଟ ସମୁଦ୍ରଠାରୁ ୨୮ ଫୁଟ୍ ତଳେ ରହିଛି । ୫୦୦ଟି ସ୍କଲ୍ପଚରରେ ସୁସର୍ଜିତ ହୋଇଥିବା ଏହି ମ୍ୟୁଜିୟମ୍ ଭିନ୍ନ ହିଁ ଅନୁଭବ ଦେଇଥାଏ । ମ୍ୟାକ୍ସିକୋର ଖାଡି ଇସ୍ତାନା ଆଇଲ୍ୟାଣ୍ଡରେ ଥିବା ଏହି ହାଇଟେକ୍ ଅଣ୍ଡରୱାଟର୍ ମ୍ୟୁଜିୟମକୁ ଯିବା ପାଇଁ ସ୍କୁବା ଡାଇବିଙ୍ଗ୍ର ସାହାର୍ଯ୍ୟ ନେବାକୁ ପଡିଥାଏ ।

୨୦୦୯ ମସିହାରେ ଆରମ୍ଭ ହୋଇଥିବା ମ୍ୟୁଜିୟମର ସଂସ୍ଥାପକ ରୋବୋର୍ଟ ଆବ୍ରାହମଙ୍କ କହିବା ମୁତାବକ ମ୍ୟୁଜିୟମକୁ ସମୁଦ୍ର ଜୀବଙ୍କ ଉନ୍ନତି ସକାଶେ ପ୍ରସ୍ତୁତ କରାଯାଇଛି । ଏହାକୁ ଆର୍ଟ ଅଫ୍ କନଜରଭେସନ୍ର ନାଁ ଦିଆଯାଇଛି ଯାହାକୁ ୬ ଜଣ କଳାକାର ମିଶି ପ୍ରସ୍ତୁତ କରିଛନ୍ତି । ମ୍ୟୁଜିୟମ୍‌ର ଖାସ୍ କଥା ହେଉଛି ଅଡିଓ ସିଷ୍ଟମ । ସମୁଦ୍ର ଜୀବଙ୍କୁ ବଚାଂଉଥିବା ତଥା ଅଡିଓ ସିଷ୍ଟମ୍ ଉପରେ ନଜର ରଖୁଥିବା ବୈଜ୍ଞାନିକ ଏହାର ପ୍ରତ୍ୟେକଟି ପ୍ରଣାଳୀ ଉପରେ ନଜର ରଖି ଗତିବିଧିକୁ କଏଦ୍ କରିଥାନ୍ତି ।

ସମୁଦ୍ର ତଳେ ଏକ ହାଇଡ୍ରୋଫୋନ୍ ମଧ୍ୟ ରହିଛି ଯାହାକୁ “ଦ ଇୟର” କୁହାଯାଏ । ସଂରକ୍ଷିତ କ୍ଷେତ୍ର ହୋଇଥିବା କାରଣରୁ ଏଠାକୁ ଯିବା ପୂର୍ବରୁ ପର୍ଯ୍ୟଟକଙ୍କୁ ପରମିଶନ୍ ନେବାକୁ ପଡିଥାଏ । ବର୍ଷତମାମ ଏହି ମ୍ୟୁଜିୟମ୍ ଖୋଲା ରହିଥାଏ । ଜଣେ ମ୍ୟୁଜିୟମ୍ ଗାଇଡ୍ ଏଥିପାଇଁ ସାଙ୍ଗରେ ମଧ୍ୟ ଯାଇଥାନ୍ତି ।

ସମ୍ବନ୍ଧିତ ଖବର