ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ଧଳା ରଙ୍ଗର ପୋଷାକ ପିନ୍ଧି ଛିଡ଼ା ହୋଇଥିବାର ନଜର ଆସୁଛନ୍ତି । ଏହାକୁ ଦେଶର ସବୁଠାରୁ ଦାମୀ କନ୍ୟା ବୋଲି କୁହାଯାଉଥିବା ବେଳେ ପାଖକୁ ଗଲେ ପ୍ରକୃତରେ ଜିନିଷଟି କ’ଣ ତାହା ଜଣା ପଡ଼ୁଛି । ଫଟୋରେ ନଜର ଆସୁଥିବା ଜିନିଷଟି ସୁସଜ୍ଜିତ କନ୍ୟା ନୁହନ୍ତି ବରଂ ଏକ କେକ୍ ବୋଲି ଜଣାପଡ଼ିଛି । ଏହାର ଦାମ୍ ୭କୋଟି ହୋଇଥିବା ବେଳେ ଏହାକୁ ବ୍ରିଟେନରୁ ଅଣାଯାଇ ଦୁବାଇର ଓ୍ଵାର୍ଲଡ୍ ଟ୍ରେଡ୍ ସେଣ୍ଟରରେ ରଖାଯାଇଛି ।
/sambad/media/post_attachments/45f41bb4972f9e1a2e8690fb9da8cbb982b3610137a742603c11ae0a8889d332.jpg)
ଏହାକୁ ଦୁନିଆର ସବୁଠାରୁ ମହଙ୍ଗା କେକ୍ ବୋଲି କୁହାଯାଉଥିବା ବେଳେ ଏହାର ଓଜନ ୧୨୦କିଲୋ । ଏହି କେକ୍ର ସବୁଠାରୁ ଖାସ୍ କଥା ହେଲା, ଏଥିରେ ୩ କ୍ୟାରେଟ୍ର ହୀରା ସହ ଛୋଟ ଛୋଟ ମୋତି ଲଗାଯାଇଛି । କେକ୍ଟି ୧୮୨ ସେଣ୍ଟିମିଟରର ହୋଇଥିବା ବେଳେ ଏହାକୁ ସଜାଇବା ପାଇଁ ୧୦ଦିନ ସମୟ ଲାଗିଥିଲା । ଏହା ସହ ଏଥିରେ ୫,୦୦୦ଫୁଲ ଲଗାଯାଇଥିବା ସାମ୍ନାକୁ ଆସିଛି । କେକ୍କୁ ତିଆରି କରିବା ପାଇଁ ୧,୦୦୦ଅଣ୍ଡା ଓ ୨୦କିଲୋ ଚକୋଲେଟ୍ର ବ୍ୟବହାର କରାଯାଇଥିବା ଜଣା ପଡ଼ିଛି, ଯାହାକୁ ଦେଖିବା ପାଇଁ ଓ୍ଵାର୍ଲଡ୍ ଟ୍ରେଡ୍ ସେଣ୍ଟରରେ ଲୋକଙ୍କ ଭିଡ଼ ଜମୁଛି ।