ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ: ୨୦୧୮ ହେବ ତୃତୀୟ ବିଶ୍ୱଯୁଦ୍ଧ, ୨୦୨୫ରେ ବିରାଜିବ ଶାନ୍ତି!

ଫ୍ରାନ୍‌ସର ଜଣାଶୁଣା ଭବିଷ୍ୟତବକ୍ତା ନାସ୍ତ୍ରୋଦମସଙ୍କ ଭବିଷ୍ୟତବାଣୀ ଆଜି ମଧ୍ୟ ସାରା ବିଶ୍ୱର  ଲୋକଙ୍କ ପାଇଁ ଏକ ଦ୍ୱନ୍ଦ୍ୱ ହୋଇ ରହିଯାଇଛି। ନାସ୍ତ୍ରୋଦମସ ଆଗାମୀ ୨୦ ଶତାଦ୍ଦୀ ପାଇଁ ୪୦୦ ବର୍ଷ ପୂର୍ବରୁ ଯେଉଁ ଭବିଷ୍ୟବାଣୀଗୁଡିକ କରିଥିଲେ ସେଗୁଡିକ ମଧ୍ୟରୁ ଅଧିକାଂଶ କଥା ଏବେ ସତ୍ୟ ଭାବେ ପ୍ରମାଣିତ ହୋଇଛି। ଯେଉଁଥିପାଇଁ ସାରା ବିଶ୍ୱର ଲୋକେ ନାସ୍ତ୍ରୋଦମସଙ୍କ ଲିଖିତ ପୁସ୍ତକକୁ ପଢିବା ଆରମ୍ଭ କରିଦେଇଛନ୍ତି। ନାସ୍ତ୍ରୋଦମସ ନିଜର କବିତା ଜରିଆରେ ଭବିଷ୍ୟବାଣୀ କରିଥିଲେ। ତେବେ ଆସନ୍ତୁ ଜାଣିବା ୨୦୧୮ ପାଇଁ ନାସ୍ତ୍ରୋଦମସ କ’ଣ ଭବିଷ୍ୟବାଣୀ କରଥିଲେ ଜାଣିବା।

ନାସ୍ତ୍ରୋଦମସ ୨୦୧୮ ପାଇଁ ଯେଉଁ ଭବିଷ୍ୟବାଣୀ କରିଥିଲେ, ସେଥିମଧ୍ୟରୁ ଅନେକ ଭୟାବହ ଘଟଣା ରହିଛି। ତାଙ୍କ ଭବିଷ୍ୟବାଣୀ ମୁତାବକ, ୨୦୧୮ରେ ମୃତ ଆତ୍ମାଗୁଡିକ ନିଜର କବର ତଥା ସମାଧି ମଧ୍ୟରୁ ବାହାରକୁ ଚାଲି ଆସିବେ ଏବଂ ବିଶ୍ୱରେ ନିଜର ସ୍ଥିତି ଜାହିର କରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବେ। ଏହାଛଡା ତାଙ୍କର ଏହି ଭବିଷ୍ୟବାଣୀରେ ଅନେକ ପ୍ରାକୃତିକ ଦୁର୍ବିପାକ ସଂପର୍କରେ ବି କୁହାଯାଇଛି।

ନାସ୍ତ୍ରୋଦମସ ନିଜ ଲିଖିତ ପୁସ୍ତକ ‘ଦ ପ୍ରୋଫେସିଜ’ରେ ତୃତୀୟ ବିଶ୍ୱ ଯୁଦ୍ଧ ନେଇ ଭବିଷ୍ୟତବାଣୀ କରିଛନ୍ତି । ଏଥିସହିତ ‘ଗ୍ଲୋବାଲ ସିଷ୍ଟମ’ରେ ଏକ ବଡ଼ ଧରଣ ପରିବର୍ତ୍ତନ ନେଇ ତାଙ୍କର ଏହି ଭବିଷ୍ୟତବାଣୀରେ ବି କହିଛନ୍ତି। ଭବିଷ୍ୟତବାଣୀ ମୁତାବକ, ତୃତୀୟ ବିଶ୍ୱ ଯୁଦ୍ଧ କେବଳ ଦୁଇ ଏବଂ ଦୁଇରୁ ଅଧିକ ଦେଶମାନଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ଦିଗ ମଧ୍ୟରେ ହେବ ଆଉ ତାହା ହେଲା ପୂର୍ବ ଏବଂ ପଶ୍ଚିମ। ତେବେ ପୂର୍ବ ଏବଂ ପଶ୍ଚିମରେ ଥିବା ଦେଶଗୁଡିକ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି କାରଣରୁ ହିଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ।

ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ ମୁତାବକ, ମଣିଷ ମଣିଷ ମଧ୍ୟରେ ହଣାକଟା ହେବ ଏବଂ ଯୁଦ୍ଧର ଅନ୍ତରେ କିଛି ଲୋକ ହିଁ ଶାନ୍ତିର ଆନନ୍ଦ ଉଠାଇବା ପାଇଁ ଜୀବିତ ରହିବେ। ଆକାଶ ମାର୍ଗରୁ ଖସିବ ଅଗ୍ନୀ ପେଣ୍ଡୁଳା ଏବଂ ଲୋକେ ଅସହାୟ ହୋଇପଡିବେ। ଉତ୍ତର କୋରିଆର ମୁଖିଆ କିମ ଜଙ୍ଗ ଉନଙ୍କର ଲଗାତର ନ୍ୟୁକ୍ଲିଆର ମିସାଇଲ ପରୀକ୍ଷଣ ଦ୍ୱାରା ଲଗାତର ଭାବେ ଏହି ଭୟ ଲାଗି ରହିବ। ୨୦୧୮ରେ ଅନେକ ବିନାଶକାରୀ ଭୂମିକମ୍ପ ଆସିବ ବୋଲି ତାଙ୍କ ଭବିଷ୍ୟତବାଣୀରେ କୁହାଯାଇଛି। ଚୀନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ଦ୍ୱାରା ସବୁଠାରୁ ଅଧିକ ଲୋକେ ପ୍ରଭାବିତ ହେବେ ଏବଂ ଅନେକ ଲୋକଙ୍କର ମୃତ୍ୟୁ ଘଟିବ। ୨୦୧୮.ରେ ବିଶ୍ୱର ଅନେକ ଭାଗରେ ବନ୍ୟା ମଧ୍ୟ ଆତଙ୍କ ସୃଷ୍ଟି କରିବ। ଚୀନ, ଜାପାନ ଏବଂ ଅଷ୍ଟ୍ରେଲିଆରେ ଟାଇଫୁନ୍ ଆସିବ। ଋଷ ବର୍ଷା ଏବଂ ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବ।

ତେବେ ୨୦୧୮ରେ ବିଶ୍ୱରେ ତୃତୀୟ ବିଶ୍ୱ ଯୁଦ୍ଧ ହୋଇପାରେ ବୋଲି ଭବିଷ୍ୟତବାଣୀରେ କହିଛନ୍ତି। ଯେଉଁଥିରେ ହଣାକଟା, ମାରପିଟ୍‌ ଏବଂ ଆତଙ୍କରାଜ ସୃଷ୍ଟି ହେବ। ତେବେ ସେ ଏହି ଯୁଦ୍ଧ ଶେଷକୁ ନେଇ ମଧ୍ୟ ଭବିଷ୍ୟତବାଣୀ କରିଛନ୍ତି। ତାଙ୍କ ଅନୁସାରେ, ୨୦୨୫ରେ ବିଶ୍ୱରେ ପୁଣି ଶାନ୍ତି ସ୍ଥାପିତ ହେବ। ଯଦିଓ ଏହି ଶାନ୍ତି ଯୁଗର ଆନନ୍ଦ ଉଠାଇବା ପାଇଁ ଦୁନିଆରେ ଖୁବ୍ କମ୍ ସଂଖ୍ୟକ ଲୋକ ହିଁ ଜୀବିତ ରହିବେ।

ସମ୍ବନ୍ଧିତ ଖବର