ଛାତ୍ରଙ୍କ ପାଟିରୁ ବାହାରିଲ ବିଶ୍ବର ସବୁଠାରୁ ଲମ୍ବା ଦାନ୍ତ, ଆଶ୍ଚର୍ଯ୍ୟ ‌ହୋଇଗଲେ ଡାକ୍ତର

ଭୋପାଳ: ମଧ୍ୟପ୍ରଦେଶରେ ଇଞ୍ଜିନିୟରିଂ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କ ପାଟିରୁ ଏକ ଲମ୍ବା ଦାନ୍ତ ବାହାର କରିଛନ୍ତି ଡାକ୍ତର। ଦାନ୍ତର ଲମ୍ବ ୩୯ମିଲିମିଟର ଥିବା ବେଳେ ଏହା ବିଶ୍ବର ସବୁଠାରୁ ବଡ଼ ଦାନ୍ତ ବୋଲି ଡାକ୍ତର ଦାବି କରିଛନ୍ତି। ଘଟଣାଟି ମଧ୍ୟପ୍ରଦେଶର ଖରଗୋନରେ ଘଟିଥିବା ବେଳେ ଏହି ଦାନ୍ତକୁ ଏବେ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସାମିଲ କରାଯିବ ବୋଲି କହିଛନ୍ତି ଦନ୍ତ ଚିକିତ୍ସକ ସୌରଭ ଶ୍ରୀବାସ୍ତବ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଖରଗୋନ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦନ୍ତ ଚିକିତ୍ସକ ସୌରଭ ଶ୍ରୀବାସ୍ତବଙ୍କ କହିବା ଅନୁଯାୟୀ, ପୂର୍ବରୁ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ୩୭.୩ମିଲିମିଟର ଦାନ୍ତକୁ ସାମିଲ କରାଯାଇଥିବା ବେଳେ ଏହି ଦାନ୍ତ ତା’ଠାରୁ ବଡ଼। ଏହାର ଲମ୍ବ ୩୯ମିଲିମିଟର। ୨୦୧୯ରେ ଜର୍ମାନୀର ଦନ୍ତ ଚିକିତ୍ସକ ମେକ୍ସ ଲୁକ୍ସ ବିଶ୍ବର ସବୁଠାରୁ ବଡ଼ ଦାନ୍ତ ବାହାର କରିଥିବାରୁ ତାଙ୍କ ନାଁ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସାମିଲ କରାଯାଇଥିଲା। ସେ ୩୭.୩ମିଲିମିଟର ଦାନ୍ତ ବାହାର କରିିଥିଲେ। ୩୭.୩ମିଲିମିଟର ଦାନ୍ତ ବାହାର କରି ସେ ଗୁଜୁରାଟର ଡାକ୍ତର ଜୈମିନି ପଟେଲଙ୍କ ୩୬.୭ମିମି ଦାନ୍ତ ବାହାର କରିବାର ରେକର୍ଡ ଭାଙ୍ଗିଥିଲେ। ଏବେ ଲୁକ୍ସଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ଦନ୍ତ ଚିକିତ୍ସକ ସୌରଭ ଶ୍ରୀବାସ୍ତବ।

छात्र के मुंह से निकला दुनिया का सबसे लंबा दांत, डेंटिस्ट भी चौंक गए!
aajtak.intoday.in

ସୂଚନା ମୁତାବକ, ଫେବ୍ରୁୁଆରି ୨୯ରେ ୨୦ବର୍ଷୀୟ ପବନ ଭାବସାର ନିଜର ଦାନ୍ତ ଦେଖାଇବା ପାଇଁ ଦନ୍ତ ଚିକିତ୍ସକ ସୌରଭ ଶ୍ରୀବାସ୍ତବଙ୍କ ପାଖକୁ ଆସିଥିଲେ। ଦାନ୍ତ ଅଧିକ ଲମ୍ବା ଥିବାରୁ ପବନ ନିଜ ଚେହେରାକୁ ନେଇ ଚିନ୍ତିତ ଥିଲେ। ଡାକ୍ତର ଏତେ ଲମ୍ବା ଦାନ୍ତ ଦେଖି ଆଶ୍ଚର୍ଯ୍ୟ ହେବା ପରେ ସଫଳତାର ସହ ପବନଙ୍କ ଦାନ୍ତକୁ ବାହାର କରାଯାଇଥିଲା।

ସମ୍ବନ୍ଧିତ ଖବର