ବିଶ୍ୱର ସର୍ବପୁରାତନ କଳାକୃତି

ଅଷ୍ଟ୍ରେଲିଆ ଓ ଇଣ୍ତୋନେସିଆର ଦଳେ ପ୍ରତ୍ନତତ୍ତ୍ୱବିତ୍‌ ଇଣ୍ତୋନେସିଆର ସୁଲୱେସି ଗୁମ୍ଫାରୁ ଏକ ପ୍ରାଚୀନ କଳାକୃତି ଆବିଷ୍କାର କରିଛନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି କଳାକୃତି ପ୍ରାୟ ଚଉରାଳିଶ ହଜାର ବର୍ଷ ତଳର ପୁରୁଣା। ପ୍ରାକ୍‌-ଐତିହାସିକ ଯୁଗର ମଣିଷମାନଙ୍କ ଦ୍ୱାରା ଗୋଟିଏ ପଶୁ ଶିକାରର ଦୃଶ୍ୟ ଏଥିରେ ରହିଛି। ସେମାନଙ୍କ ମତରେ ଏହା ବିଶ୍ୱର ସର୍ବପୁରାତନ କଳାକୃତି। ପୂର୍ବରୁ ଜର୍ମାନିର ଏକ ଗୁମ୍ଫାରୁ ଏହି ଭଳି ଏକ କଳାକୃତି ଠାବ ହୋଇଥିଲା, ଯାହାକୁ ଅଧ୍ୟୟନକାରୀମାନେ ଚାଳିଶ ହଜାର ବର୍ଷ ତଳର ବୋଲି ଆକଳନ କରିଥିଲେ।

ସମ୍ବନ୍ଧିତ ଖବର