ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ୍‌ ‘ନିସିୟାମା ଓନ୍‌ସେନ୍‌ କିଉନ୍‌କାନ୍‌’

୧୩୧୪ ବର୍ଷ ବିତିଗଲାଣି, ମାଲିକାନା ଅନେକ ଥର ବଦଳିଛି ହେଲେ, ସେବା ଅପରିବର୍ତ୍ତିତ ରହିଛି

ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ୍‌ଟି ଜାପାନର କ୍ବୋଟୋ ପର୍ବତ ନିକଟରେ ଅଛି। ସେଇଟିର ନାମ- ‘ନିସିୟାମା ଓନ୍‌ସେନ୍‌ କିଉନ୍‌କାନ୍‌’। ୭୦୫ ଏଡିରେ ତତ୍‌କାଳୀନ ଜାପ୍‌ନିଜ୍‌ ସମ୍ରାଟ୍‌ଙ୍କ ପୁତ୍ର ହୋଟେଲ୍‌ ନିର୍ମାଣ କରାଇଥିଲେ। କ୍ବୋଟୋ ପର୍ବତ ଉଷ୍ଣ ପ୍ରସ୍ରବଣ ପାଇଁ ପ୍ରସିଦ୍ଧ। ପ୍ରସ୍ରବଣଗୁଡ଼ିକର ଜଳ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ। ତେଣୁ, ସାଓଲିନ୍‌ ଓ ସୋଗନ୍‌ ତଥା ଅନ୍ୟ ସ˚ଭ୍ରାନ୍ତଙ୍କ ଆମୋଦପୂର୍ଣ୍ଣ ରହଣି ନିମନ୍ତେ ରାଜକୁମାର ହୋଟେଲ୍‌ ତୋଳାଇଥିଲେ। ପରିଚାଳନା ଦାୟିତ୍ୱ ଏକ ପରିବାର ଉପରେ ନ୍ୟସ୍ତ କରିଥିଲେ। ଇତି ମଧ୍ୟରେ ୧୩୧୪ ବର୍ଷ ବିତିଗଲାଣି। ମାଲିକାନା ଅନେକ ଥର ବଦଳିଛି। ହେଲେ, ସେବା ଅପରିବର୍ତ୍ତିତ ରହିଛି। ହୋଟେଲ୍‌ର ମୂଳ ରୂପରେ ମଧ୍ୟ ଏ ଯାଏ କୌଣସି ପରିବର୍ତ୍ତନ ଅଣାଯାଇନାହିଁ।

ସମ୍ବନ୍ଧିତ ଖବର