ବିଜୟା ଦଶମୀ ପାଳନବେଳେ ରାବଣ ଦହନ ଏକ ପାର˚ପରିକ ଉତ୍ସବ। ଏହି ଅବସରରେ ଚଣ୍ତୀଗଡ଼ର ଧନାସ ପରେଡ୍ ପଡ଼ିଆରେ ଏକ ବିଶାଳ ରାବଣ ପୁତ୍ତଳିକା ନିର୍ମିତ ହୋଇଥିଲା, ଯାହାର ଉଚ୍ଚତା ଥିଲା ୨୨୧ ଫୁଟ୍ ଏବ˚ ଓଜନ ୭୦ କୁଇଣ୍ଟାଲ୍। ଏହାକୁ ଦୁନିଆର ସବୁଠୁ ବଡ଼ ରାବଣ ପ୍ରତିମା କହାଯାଉଛି। ତଜିନ୍ଦର ଚୌହାନ ନାମକ ଜଣେ କାରିଗର ଅନ୍ୟ ଚାଳିଶ ଜଣ ସହ-କାରିଗରଙ୍କ ଦ୍ବାରା ଏହାକୁ ତିଆରି କରିଥିଲେ। ନିର୍ମାଣ ପାଇଁ ଛଅ ମାସ ସମୟ ଲାଗିଥିଲା ଏବ˚ ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ରାବଣ ପୋଡ଼ି ପୂର୍ବରୁ ୧୫୦ ଜଣ ଲୋକ କ୍ରେନ୍ ଓ ଜେସିପି ମେସିନ୍ ସହାୟତାରେ ବାର ଘଣ୍ଟା ପରିଶ୍ରମ କରି ଏହାକୁ ସିଧା ଭାବେ ଛିଡ଼ା କରାଇଥିଲେ। ରିମୋଟ୍ ଦ୍ବାରା ଏଥିରେ ଅଗ୍ନିସ˚ଯୋଗ କରାଯାଇଥିଲା। ସବୁଠାରୁ ଆକର୍ଷଣରେ ଥିଲା ରାବଣଙ୍କ ଚାଳିଶ ଫୁଟ୍ ଲମ୍ବର ଜୋତା, ପଞ୍ଚାବନ ଫୁଟ୍ ଲମ୍ବ ଓ ଅଢ଼େଇ କୁଇଣ୍ଟାଲ୍ ଓଜନର ଖଣ୍ତା ଏବ˚ ବାର ଫୁଟ୍ର ଢାଲ। ପରିବେଶ ପ୍ରଦୂଷଣ ବିରୋଧୀ ସାମଗ୍ରୀରେ ନିର୍ମିତ ଫୁଲଝରି ଏହି ରାବଣ ପୋଡ଼ିରେ ବ୍ୟବହୃତ ହୋଇଥିଲା। ଏହି ବିଶାଳ ପ୍ରତିମା ନିର୍ମାଣ ବାବଦରେ ଖର୍ଚ୍ଚ ତୁଲାଇବା ଲାଗି ତଜିନ୍ଦର ନିଜର ସାଢେ଼ ବାର ଏକର ଜମି ବିକ୍ରି କରିଦେଇଥିବା ଜଣାଯାଏ, ଯାହା ଉଲ୍ଲେଖନୀୟ। ‘ଲିମ୍କା ବୁକ୍ ଅଫ୍ ରେକର୍ଡ୍ସ’ ଏହାକୁ ଦୁନିଆର ସବୁଠୁ ବଡ଼ ରାବଣ ପ୍ରତିମା ଭାବେ ମାନ୍ୟତା ଦେଇଛି।
‘ଲିମ୍କା ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନ ପାଇଲା ଦୁନିଆର ସବୁଠୁ ବଡ଼ ରାବଣ ପ୍ରତିମା, ଯାହାର ଉଚ୍ଚତା ୨୨୧ ଫୁଟ୍ ଏବଂ ଓଜନ ୭୦ କୁଇଣ୍ଟାଲ୍
/sambad/media/post_attachments/wp-content/uploads/2019/10/ravan-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)