ସୂର୍ଯ୍ୟାର୍ଘ୍ୟ ପ୍ରଦାନ କରିଲେ ମିଳିଥାଏ ଏହି ସବୁ ଫାଇଦା!

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରନ୍ତି।ପ୍ରାୟତଃ ସକାଳେ ସ୍ନାନ ସମୟରେ ବା ପରେ ସୂର୍ଯ୍ୟାର୍ଘ୍ୟ ପ୍ରଦାନ ଏହି ପୂଜାର୍ଚ୍ଚନା କରିଥାନ୍ତି।ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ପ୍ରସଙ୍ଗ ବହୁପ୍ରାଚୀନ ଧର୍ମଗ୍ରନ୍ଥ,ପୁରାଣ ଓ ବେଦମାନଙ୍କରେ ଉଲ୍ଲଖିତ ଅଛି।

ସୂର୍ଯ୍ୟାର୍ଘ୍ୟ ପ୍ରଦାନ କରିଲେ ,ମନୁଷ୍ୟର ମନଶାନ୍ତ ରହିଥାଏ ଓ ଶରୀର ନିରୋଗ ରହିଥାଏ ବୋଲି ବିଶ୍ୱାସ ରହିଛି। ସବୁଠୁଁ ବଡ଼ କଥା ହେଲା ଯେ ମନୁଷ୍ୟର ମାନ ସମ୍ମାନ ବୃଦ୍ଧି ପାଇଥାଏ।ଯେଉଁମାନେ ନିଜର ମନସ୍କାମନା ପୂରଣ ଲାଗି ଏହା କରିଥା’ନ୍ତି,ତାହା ମଧ୍ୟ ପୂରଣ କରିଥାନ୍ତି ସୂର୍ଯ୍ୟଦେବ।ଏବେ ଆସନ୍ତୁ ଜାଣିବା ଆମେ କାହିଁକି ସୂର୍ଯ୍ୟାର୍ଘ୍ୟ ପ୍ରଦାନ କରିଥାଉ?
ମେନ୍ଦହସ ନାମକ ଜଣେ ରାକ୍ଷସ ଥରେ ଭଗବାନ ବ୍ରହ୍ମାଙ୍କୁ ପ୍ରସନ୍ନ କରି ବର ମାଗିଥିଲା। ବ୍ରହ୍ମାଙ୍କୁ ସେ ନିବେଦନ କରିଥିଲେ ଯେ, ସେ ସୂର୍ଯ୍ୟଙ୍କୁ ବନ୍ଦୀ କରିବାକୁ ଚାହାଁନ୍ତି। ବ୍ରହ୍ମା ତଥାସ୍ତୁ ବୋଲି କହିବା ପରେ ମେନ୍ଦହସ ଭଗବାନ ସୂର୍ଯ୍ୟଦେବଙ୍କୁ ବନ୍ଦୀ କରିଲେ। ଫଳତଃ ଚତୁର୍ଦ୍ଦିଗରେ ଅନ୍ଧକାର ବ୍ୟାପିଗଲା। ସମସ୍ତେ ଅସୁବିଧାରେ ପଡ଼ିଲେ।ଏଥିରୁ ମୁକ୍ତ ହେବା ଲାଗି ବ୍ରହ୍ମାଦେବ ବ୍ରାହ୍ମଣମାନଙ୍କୁ ଏକ ଉପାୟ ବତାଇଲେ। ପ୍ରାତଃ ସ୍ନାନ ସାରି ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ପୂର୍ବକ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଲେ ମେନ୍ଦହସ ରାକ୍ଷସ କବଳରୁ ସୂର୍ଯ୍ୟ ମୁକ୍ତ ହେବେ।ବ୍ରାହ୍ମଣମାନେ ବ୍ରହ୍ମାଙ୍କ ଉପଦେଶ ମାନିଲେ ଓ ସୂର୍ଯ୍ୟଦେବ ପୂର୍ବଭଳି ନିଜର ଆଲୋକରେ ଚତୁର୍ଦ୍ଦିଗକୁ ଆଲୋକିତ କରିଥିଲେ।ପୁଣି ମେନ୍ଦହସ ରାକ୍ଷସ ନ ଆସୁ ,ସେଥିପାଇଁ ପ୍ରତ୍ୟହ ସୂର୍ଯ୍ୟାର୍ଘ୍ୟ ଦେବା ଉଚିତ ବୋଲି କୁହାଯାଏ।

photo-rudraksha-ratna.com

ସୂର୍ଯ୍ୟାର୍ଘ୍ୟରୁ ଫାଇଦା:- ସୂର୍ଯ୍ୟାର୍ଘ୍ୟ ବା ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରିଲେ,ମନୁଷ୍ୟକୁ ସମସ୍ୟାରୁ ମୁକୁଳିବା ମାନସିକ,ଶରୀରିକ ଓ ବ୍ୟବହାରିକ ଶକ୍ତି ମିଳିଥାଏ।ଆଉ ଏକ କଥା ହେଲା ଯେ, ନିୟମିତ ସୂର୍ଯ୍ୟାର୍ଘ୍ୟ ପ୍ରଦାନ କରିଲେ ବ୍ୟକ୍ତି ନିର୍ଭୀକ ଏବଂ ବୀର ହୋଇଥାଏ।ସୂର୍ଯ୍ୟ ଉପାସନା କରୁଥିବା ବ୍ୟକ୍ତି ବିଦ୍ୱାନ ଓ ବୁଦ୍ଧିମାନ ହୋଇ ଥାଆନ୍ତି।କେବଳ ସେତିକି ନୁହେଁ ବ୍ୟକ୍ତି ଭିତରେ ଥିବା ଅଂହକାର,ଲୋଭ,ଲାଳସା ଓ ଖରାପ ବିଚାର ମଧ୍ୟ ନଷ୍ଟ ହୋଇଥାଏ ବୋଲି କୁହାଯାଏ। ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ସୂର୍ଯ୍ୟାର୍ଘ୍ୟ ଦେବାର ନିୟମ ରହିଛି।ଖାଲି ସେତିକି ନୁହେଁ ସେଥିରେ ରଖା ଯାଇଥିବା ପାଣି ପିଇଲେ,କେତେକ ରୋଗ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର