ସଚ୍ଚୋଟ ଲୋକମାନଙ୍କ ଆଖି ପାଖରେ ରହିଥାଏ ଏହି ଚିହ୍ନ: ଗବେଷଣା

ଏମିତି ଦେଖିବାକୁ ଗଲେ ଲୋକମାନଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କ ଶରୀରରେ ବୟସ ରେଖା ଦେଖାଯିବା ଆରମ୍ଭ ହୋଇଥାଏ । କିନ୍ତୁ କିଛି ଦିନ ତଳେ ହୋଇଥିବା ଗବେଷଣାରୁ ଜଣା ପଡ଼ିଛି କି, ହସିବା ସମୟରେ ଯଦି ଲୋକମାନଙ୍କ ଆଖିପାଖରେ ବୟସ ରେଖା ଦେଖା ଦେଉଛି, ତେବେ ସେମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ସଚ୍ଚୋଟ୍‌ ।

rochakpost.com

କାନାଡ଼ାର ବୋଷ୍ଟର୍ନ ବିଶ୍ୱବିଦ୍ୟାଳୟ ଗବେଷକମାନେ ଗବେଷଣା ପରେ ଏହି ତଥ୍ୟ ପାଇଥିବା କହିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଲୋକମାନେ ହସିବା ସମୟରେ ଯଦି ସେମାନଙ୍କ ଆଖି ପାଖରେ ବୟସ ରେଖା ଭଳି କିଛି ଚିହ୍ନ ଦିଶୁଛି, ତେବେ ସେମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସଚ୍ଚୋଟ । ଆଖି ପାଖରେ ଆସୁଥିବା ଏହି ବୟସ ରେଖା ଭଳି ଚିହ୍ନକୁ ଡ଼ିୟୁକେନ୍‌ ମାର୍କର ବୋଲି କୁହାଯାଇଥାଏ । ମଣିଷ ଅଧିକ ଖୁସି କିମ୍ବା ଅଧିକ ଦୁଃଖୀ ହେଲେ ଏହି ରେଖା ବାହାରକୁ ଆସିଥାଏ । ଯଦି କେହି ବ୍ୟକ୍ତି ନିଜର ଭାବନା ବ୍ୟକ୍ତ କରିବା ସମୟରେ ତା’ର ଆଖି ପାଖରେ ଏଭଳି ଚିହ୍ନ ଆସୁଛି ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ସଚ୍ଚୋଟ ବୋଲି ଜାଣି ନିଅନ୍ତୁ ।

ସମ୍ବନ୍ଧିତ ଖବର