ଆପଣ ଜାଣିନ୍ତି କି ଟ୍ରେନ୍‌ର ଶେଷ ବଗିରେ ‘X’ କାହିଁକି ଲେଖାଯାଇଥାଏ

ନୂଆଦିଲ୍ଲୀ : ଆପଣ ସାଧାରଣତଃ ଟ୍ରେନରେ ଯାତ୍ରା କରୁଥିବା କିମ୍ବା ଟ୍ରେନ୍‌ଟି ଠିଆ ହୋଇଥିବା ସମୟରେ ଏହାର ଶେଷ ବଗିରେ ଏକ ଛକି ଚିହ୍ନ ‘X’ ଲେଖାଯାଇଥିବାର ଦେଖିଥିବେ । ଅନେକ ଏହାକୁ କୌତୁହଳ ଦୃଷ୍ଟିରେ ଦେଖିଲେ ମଧ୍ୟ ଏହା ପଛର ପ୍ରକୃତ କାରଣ ଜାଣିନଥାନ୍ତି ।ତେବେ ଏହା ପଛରେ ରହିଛି କିଛି ଜରୁରୀକାଳିନ ସୂଚନା। ଏହି ଛକି ଚିହ୍ନରେ ଆପଣ ଯାତ୍ରା କରୁଥିବା ଟ୍ରେନ ବିଷୟରେ କିଛି ବିଶେଷ ସୂଚନା ଲୁଚି ରହିଥାଏ । ଆମେ ଆପଣଙ୍କୁ ଏହା ବିଷୟରେ ଅବଗତ କରାଉଛୁ।
ଆପଣ ଦେଖିଛନ୍ତି ଟ୍ରେନର ଶେଷ ଡବାର ଛକି ଚିହ୍ନ ପାଖରେ ଏକ ଲାଲ୍‌ ରଙ୍ଗର ଲାଇଟ ମଧ୍ୟ ଜଳୁଥିବା ଦେଖିଥିବେ । ଟ୍ରେନର ସେହି ଛକି ଚିହ୍ନର ଅର୍ଥ ହେଉଛି ଟ୍ରେନ୍‌ଟି ସଂପୂର୍ଣ୍ଣ ରହିଛି। ଅର୍ଥାତ୍‌ ଟ୍ରେନ୍‌ଟିରେ ଆବଶ୍ୟକୀୟ ସମସ୍ତ ବଗି ରହିବା ସହ ଏହା ସଠିକ ପରିସ୍ଥିତିରେ ଯାତ୍ରା କରୁଛି। ଯଦି ଆପଣ କୌଣସି ଟ୍ରେନର ଶେଷ ବଗିରେ ସେହି ଚିହ୍ନ ଦେଖୁନାହାନ୍ତି ତେବେ ତାହାର ସୂଚନା ତୁରନ୍ତ ରେଳ କର୍ମଚାରୀଙ୍କୁ ଦେବା ସହ ଏପରି ହେବାର କାରଣ ପଚାରନ୍ତୁୁ। ଏଣୁ ସର୍ବଦା ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଏହାର ଡବାରେ ଛକି ବା X ଚିହ୍ନ ରହିଛି କି ନାହିଁ ପରୀକ୍ଷା କରି ଦେଖନ୍ତୁ । ଏହି ଚିହ୍ନ ସହ ଲାଲ୍‌ ରଙ୍ଗର ଲାଇଟ ଜଳିବାର କାରଣ ଏହା ରାତି ସମୟରେ ଦେଖାଦେବ ।

ସମ୍ବନ୍ଧିତ ଖବର