ଯକ୍ଷଙ୍କ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇ ଭାଇମାନଙ୍କୁ ବଞ୍ଚାଇ ପାରିଥିଲେ ଯୁଧିଷ୍ଠିର, ଜାଣନ୍ତୁ କ’ଣ ଥିଲା ଯକ୍ଷଙ୍କ ପ୍ରଶ୍ନ ଓ ଧର୍ମରାଜର ଉତ୍ତର

ପାଣ୍ଡବ ପାଞ୍ଚ ଭାଇ ଜଙ୍ଗଲରେ ବୁଲୁଥାନ୍ତି। ଯୁଧିଷ୍ଠିର ପଛରେ ଆସୁଥାନ୍ତି। ୪ ଭାଇ ଆସି ଏକ ପୋଖରୀରୁ ପାଣି ପିଇବାକୁ ଗଲେ। ଉପରୁ ଶୂନ୍ୟବାଣୀ ହେଲା। ଯଦି ଏଠାରୁ ପାଣି ପିଇବାକୁ ଚାହଁ ତେବେ ତୁମମାନଙ୍କୁ ମୋ ପ୍ରଶ୍ନର ଉତ୍ତର ଦେବାକୁ ହେବ। ମାତ୍ର ଶୂନ୍ୟବାଣୀକୁ ଖାତିର ନକରି ୪ ଭାଇ ସେହି ପୋଖରୀରୁ ପାଣି ପିଇଦେଲେ। ତା’ପରେ ସଙ୍ଗେ ସଙ୍ଗେ ଅଚେତ ହୋଇପଡ଼ିଲେ। ସେଠାରେ କିଛି ସମୟ ପରେ ଯୁଧିଷ୍ଠିର ଆସି ଭାଇମାନଙ୍କୁ ଅଚେତ ଅବସ୍ଥାରେ ଦେଖି ବ୍ୟସ୍ତ ହୋଇପଡ଼ିଲେ। ପୁଣି ଉପରୁ ଶୂନ୍ୟବାଣୀ ହେଲା, ତମେ ଯଦି ତୁମ ଭାଇମାନଙ୍କୁ ଜୀବିତ ଦେଖିବାକୁ ଚାହଁ ତାହାଲେ ମୋ ପ୍ରଶ୍ନର ଉତ୍ତର ଦିଏ। ଯୁଧିଷ୍ଠିରଙ୍କୁ ଯକ୍ଷ ଗୋଟାଏ ପରେ ଗୋଟାଏ ପ୍ରଶ୍ନ ପଚାରି ଚାଲିଲେ। ଉତ୍ତର ଦେଇ ଚାଲିଲେ ଯୁଧିଷ୍ଠିର। ସେଥିରୁ କେତେକ ପ୍ରଶ୍ନୋତ୍ତର ନିମ୍ନରେ ଦିଆଯାଇଛି।

ଯକ୍ଷ: ପୃଥିବୀଠାରୁ ଓଜନିଆ କ’ଣ?
ଯୁଧିଷ୍ଠିର: ମାଆ

ଯକ୍ଷ: ଆକାଶଠାରୁ ଉଚ୍ଚ କିଏ?
ଯୁଧିଷ୍ଠିର: ବାପା

ଯକ୍ଷ: ପବନଠାରୁ ବି ଅଧିକ ତୀବ୍ର ଗତି କାହାର?
ଯୁଧିଷ୍ଠିର: ମନର

ଯକ୍ଷ: ପୁରୁଷର ମିତ୍ର କିଏ?
ଯୁଧିଷ୍ଠିର: ଦାନ

ଯକ୍ଷ: ମଣିଷର ଆତ୍ମା କିଏ?
ଯୁଧିଷ୍ଠିର: ପୁତ୍ର

ଯକ୍ଷ: ଜଗତକୁ କିଏ ଢାଙ୍କି କରି ରଖିଛି?
ଯୁଧିଷ୍ଠିର: ଅଜ୍ଞାନ

ଯକ୍ଷ: ସୁଖି କିଏ?
ଯୁଧିଷ୍ଠିର: ଯିଏ ଋଣି ନୁହେଁ।

ଯକ୍ଷ: ଉତ୍ତମ ସ୍ନାନ କ’ଣ?
ଯୁଧିଷ୍ଠିର: ଯେଉଁ ସ୍ନାନ ମନର ମଇଳା ଧୋଇପାରେ

ଯକ୍ଷ: କଜ୍ଜ୍ୱଳଠାରୁ ବି ଅଧିକ କଳା କିଏ?
ଯୁଧିଷ୍ଠିର: କଳଙ୍କ

ଯକ୍ଷ: ମଣିଷର ଶ୍ରେଷ୍ଠ ଧର୍ମ କ’ଣ?
ଯୁଧିଷ୍ଠିର: ଦୟା

ସମ୍ବନ୍ଧିତ ଖବର