ଯୋଗାଭ୍ୟାସ କରିବାପୂର୍ବରୁ ଗଞ୍ଜାଇ ସେବନ କରିବାକୁ ଦିଆଯାଇଥାଏ ମହିଳାଙ୍କୁ , ଜାଣନ୍ତୁ କାରଣ

ଯୋଗାଭ୍ୟାସ ମନୁଷ୍ୟ ଶରୀର ପାଇଁ ଖୁବ୍‌ ଲାଭଦାୟକ। ସମସ୍ତଙ୍କର ଯୋଗ କରିବାର ଶୈଳୀ ବି ଭିନ୍ନ ଭିନ୍ନ। ଆମେରିକାରେ ଯୁବତୀମାନେ ସୁନ୍ଦର ଫିଗର୍‌ ପାଇଁ ଏକ ନୂଆ ତାରିକା ଆପଣାଉଥିବା ଜଣାଯାଇଛି।
ସାନ୍‌ ଫ୍ରାନ୍‌ସିସ୍‌କୋର ଯୋଗ ବୟସରେ ସମସ୍ତ ଛାତ୍ରୀଙ୍କୁ ପ୍ରଥମେ ଗଞ୍ଜାଇ ସେବନ କରିବାକୁ ଦିଆଯାଇଥାଏ ଏବଂ ତା’ପରେ ସେମାନେ ଯୋଗ ଓ ପ୍ରାଣାୟାମ କରିଥାନ୍ତି।
ଏହି ଯୋଗକ୍ଲାସ ର ଯୋଗଗୁରୁ ଡି.ଡୁସଲଟ କହନ୍ତି ଯେ ସେ ଏହି କ୍ଲାସ ୨୦୧୨ରେ ଆରମ୍ଭ କରିଥିଲେ। ଏହା ଇତିମଧ୍ୟରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି।
ଡି.ଡୁସଲଟ୍‌ଙ୍କ ଅନୁଯାୟୀ ତାଙ୍କ ଯୋଗ କ୍ଲାସରେ ଯୋଗ ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ଯୋଗାଭ୍ୟାସ ଆରମ୍ଭ କରିବାର ଅଧଘଣ୍ଟା ପୂର୍ବରୁ ଗଞ୍ଜାଇ ସେବନ କରିବାକୁ ଦିଆଯାଇଥାଏ। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ହିସାବରେ ଗଞ୍ଜାଇ ସେବନ କରିଥାନ୍ତି। ଏହି ଯୋଗ କ୍ଲାସରେ ମାନସିକ ଅବସାଦ ଗ୍ରସ୍ତ ବ୍ୟକ୍ତିମାନଙ୍କୁ ପ୍ରାଥମିକତା ଦିଆଯାଏ।

ଏଠାରେ ଯୋଗ, ପ୍ରାଣାୟାମର ଅଭ୍ୟାସ କରୁଥିବା କେତେକ ମହିଳା ସ୍ୱୀକାର କରିଛନ୍ତି ଗଞ୍ଜାଇ ସେବନ କରିବା ପରେ ଯୋଗ କରି, ସେମାନେ ଖୁବ୍‌ ଲାଭ ପାଇଛନ୍ତି। ମାନସିକ ଅବସାଦ ଦୂର ହେବା ସହିତ ସ୍ଲିମ୍‌ ଟ୍ରିମ୍‌ ଓ ଫିଟ୍‌ ରହୁଥିବା କହିଛନ୍ତି ଏହି ମହିଳାମାନେ।

ସମ୍ବନ୍ଧିତ ଖବର