କୁମ୍ଭ ମେଳା ଯାଇପାରୁନାହାନ୍ତି ? ଏହି ସବୁ କାମ କଲେ ଘରେ ବସି କୁମ୍ଭ ସ୍ନାନର ଫଳ ପାଇପାରିିବେ

ଭୁବନେଶ୍ୱର : ଗତ କାଲିଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ( ପୂର୍ବନାମ ଆହ୍ଲାବାଦ ) ଠାରେ ଆରମ୍ଭ ହୋଇଯାଇଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ କୁମ୍ଭ ମେଳା । ସନାତନ ସଂସ୍କୃତିରେ କୁମ୍ଭ ମେଳାର ଏକ ଅତି ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଶାସ୍ତ୍ର ମତରେ କୁମ୍ଭ ମେଳାରେ ପବିତ୍ର ସ୍ନାନ କଲେ ମୋକ୍ଷପ୍ରାପ୍ତି ହୁଏ । ଏଥିପାଇଁ ପ୍ରତ୍ୟେକ ହିନ୍ଦୁ ଜୀବନରେ ଥରେ ହେଲେ ମଧ୍ୟ କୁମ୍ଭ ମେଳା ଯିବାପାଇଁ ଆଗ୍ରହୀ ଥାଏ । ତେବେ ଏହା ମଧ୍ୟ ସତ୍ୟ ଯେ ବିଭିନ୍ନ କାରଣ ଯଥା ଆର୍ଥିକ, ସ୍ୱାସ୍ଥ୍ୟଗତ ବା ସମୟ ଅଭାବରୁ ସମସ୍ତେ କୁମ୍ଭ ମେଳାକୁ ଯାଇପାରନ୍ତି ନାହିଁ । କିନ୍ତୁ ସନାତନ ଧର୍ମର ମହାନତା ଯେ କୌଣସି କର୍ମକାଣ୍ଡକୁ ବାଧ୍ୟତାମୂଳକ କରାଯାଇନାହିଁ । ସବୁ ଧର୍ମକାର୍ଯ୍ୟର ଏକ ବିକଳ୍ପ ଉପାୟ ମଧ୍ୟ ରହିଛି । ଏଣୁ ଘରେ ବସି ମଧ୍ୟ ଆପଣ ନିମ୍ନଲିଖିତ ଉପାୟ କରି କୁମ୍ଭ ମେଳାର ପୁଣ୍ୟ ପାଇପାରିବେ ।

୧. ଯଦି ଆପଣ ଯାଇପାରୁନାହାନ୍ତି, ଯିଏ ଯିବାକୁ ଇଚ୍ଛୁକ ଅଛି ବା ଯାଉଛି ତାକୁ ଯଥାସମ୍ଭବ ସାହାଯ୍ୟ କରନ୍ତୁ ।
୨. ପବିତ୍ର ବୁଡ଼ ତିଥିରେ ବ୍ରାହ୍ମ ମୂହୂର୍ତ୍ତରେ ଉଠି ନିଜ ଗାଧୁଆ ପାଣିରେ କିଛି ଠୋପା ଗଙ୍ଗାଜଳ, ରାଶି ପକାଇ ସ୍ନାନ କରନ୍ତୁ ଓ ଘରେ ଥିବା ଠାକୁରଙ୍କୁ ପୂଜା କରନ୍ତୁ । ପୂଜାପରେ ଦେବାଳୟକୁ ଯାଆନ୍ତୁ ଓ ଦର୍ଶନ କରନ୍ତୁ । ସଂଧ୍ୟାରେ ନାମଜପ ଓ ଭଜନ କରନ୍ତୁ ।
୩. ସାଧ୍ୟ ଅନୁସାରେ ମହାଦେବଙ୍କର ଅଭିଷେକ କରନ୍ତୁ, ରାମଚରିତ ମାନସ, ଭାଗବତ ପାଠ ବା ଶ୍ରବଣ, ବିଷ୍ଣ ସହସ୍ର୍‌ ନାମ, ଗଙ୍ଗାମାତା ଓ ସୂର୍ଯ୍ୟଙ୍କ ପୂଜା କରନ୍ତୁ ।
୪. ଗରିବଙ୍କୁ ଖାଦ୍ୟ, ବସ୍ତ୍ର ଦାନ କରନ୍ତୁ । କମ୍ବଳ ଦାନ କରିପାରିଲେ ଉତ୍ତମ । ପିଲାମାନଙ୍କୁ ରାଶିଲଡୁ ଖୁଆନ୍ତୁ ।
୫. କୌଣସି ନିର୍ମାଣାଧୀନ ମନ୍ଦିର ପାଇଁ ସାହାଯ୍ୟ କରନ୍ତୁ, ପରିତ୍ୟକ୍ତ ମନ୍ଦିର ଉଦ୍ଧାର ଲାଗି ଉଦ୍ୟମ କରନ୍ତୁ ।

ସମ୍ବନ୍ଧିତ ଖବର