ସୋସିଆଲ ମିଡିଆରେ ଛାଇଲା ବାଳକର ରିପୋର୍ଟିଂ କରିବାର ଭିଡିଓ, ବିଧାନସଭା ପ୍ରାର୍ଥୀଙ୍କୁ ପଚାରିଲେ ଏଭଳି ପ୍ରଶ୍ନ…

ଚଣ୍ଡିଗଡ଼ : ହରିୟାଣାର ନେତା ଓ ଜନନାୟକ ଜନତା ପାର୍ଟିର ପ୍ରାର୍ଥୀ ନୈନା ସିଂହ ଚୌତାଲାଙ୍କର ଜଣେ ବାଳକ ସାକ୍ଷାତକାର ନେଇଥିଲେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ ନୈନା ସିଂହ ଚୌତାଲାଙ୍କୁ ବାଳକଟିର ପ୍ରଶ୍ନ ପଚାରିବାର ଶୈଳୀ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ଦେଖାଯାଇଛି । ଏତେ କମ ବୟସରୁ ବାଳକଟିର ରାଜନୀତି ଉପରେ ଏତେ ଜ୍ଞାନ ରଖିବା ଏବଂ ଏତେ ସ୍ପଷ୍ଟ ଭାବରେ ପ୍ରଶ୍ନ ପଚାରିବାର କଳା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡିଓରେ ନୈନା ସିଂହ ଚୌତାଲା ବାଳକଙ୍କ ପ୍ରଶ୍ନ ପଚାରିବାର ଶୈଳୀ ଦେଖି ଖୁବ୍‌ ଖୁସି ହେଉଥିବା ଦେଖାଯାଇଛି । ସାକ୍ଷାତକାରଟି ୨ମିନିଟ୍‌ର ହୋଇଥିବା ବେଳେ ଲୋକେ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି ।

ଭିଡିଓଟି ବାଳକ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଗୋଲ୍‌ଡି ଗୋୟତରେ ଅପ୍‌ଲୋଡ୍‌ କରିଛନ୍ତି । ଭିଡିଓଟି ଅପ୍‌ଲୋଡ୍‌ ହେବା ପରେ ପରେ ଏହା ଭାଇରାଲ ହେବାରେ ଲାଗିଛି । ନୈନା ସିଂହ ଚୌତାଲାଙ୍କ ସମେତ ଦର୍ଶକଙ୍କୁ ମଧ୍ୟ ବାଳକର ଚମତ୍କାର ରିପୋର୍ଟିଂ ପସନ୍ଦ ଆସିଛି ।

ସମ୍ବନ୍ଧିତ ଖବର