ଯେଉଁ ଦେଶରେ ମହାରାଜ ଯୁଧିଷ୍ଠର ବାସ କରନ୍ତି , ଜାଣନ୍ତି ସେଠାରେ କ’ଣ ହୁଏ ?

ଭୀଷ୍ମ ଅର୍ଜୁନଙ୍କୁ ଶେଷ ସମୟରେ କେତେକ କଥା କହିଥିଲେ। ସେଥିରୁ ଗୋଟିଏ କଥା ହେଲା ଯେଉଁ ଦେଶରେ ମହାରାଜ ଯୁଧିଷ୍ଠର ବାସ କରନ୍ତି, ସେଠାରେ ମହାମାରୀ ଆସେ ନାହିଁ, ଦୁର୍ଭିକ୍ଷ ପଡେ ନାହିଁ । ସମସ୍ତେ ସତ୍ୟବାଦୀ ହୁଅନ୍ତି । ଅଜାତ ଶତ୍ରୁ ଯୁଧିଷ୍ଠରଙ୍କର କେହି ବି ଶତ୍ରୁ ନଥିଲେ । ଏପରିକି ଦୁର୍ଯ୍ୟୋଧନ ପ୍ରତି ମଧ୍ୟ ତାଙ୍କ ମନରେ ବୈର ଭାବ ନ ଥିଲା । ଏଣୁ ଯେଉଁ ଦେଶରେ ମହାରାଜ ଯୁଧିଷ୍ଠର ବାସ କରନ୍ତି, ସେଠାରେ ଲୋକଙ୍କ ଭିତରେ ଶତ୍ରୁ ମନୋଭାବ ରହେ ନାହିିଁ । ଲୋକଙ୍କର ସହନ ଶକ୍ତି ବୃଦ୍ଧି ପାଇଥାଏ । ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ କରାଯାଉଥିଲା, କୁରୁସଭାରେ, ସେତେବେଳେ ମହାରାଜା ଯୁଧିଷ୍ଠର ମୌନ ଥିଲେ । ସେ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କୁ କ୍ଷମା ଦେଇଥିଲେ ।

ଏଇଥିପାଇଁ ତ ଆମେ ଆଜିିବି ଯୁଧିଷ୍ଠରଙ୍କ ନାମ ଶ୍ରଦ୍ଧାର ସହିତ ଉଚ୍ଚାରଣ କରୁଛୁ, ଆଉ ଦୁର୍ଯ୍ୟୋଧନ , ଦୁଃଶାସନର ନାମ ନେବା ବେଳେ ମନରେ ସ୍ୱତଃ ଘୃଣାଭାବ ଆସିଯାଉଛି। ବୈରଭାବ ରଖିଲେ ପାପାଚାରୀ ଲୋକ ହେବ ଏବଂ ନର୍କଗାମୀ ହେବ । ଯେଉଁମାନେ ପାପାଚାର କରନ୍ତି, ସେମାନଙ୍କୁ ବାରମ୍ବାର ଆସୁରୀ ଯୋନିରେ ଜନ୍ମ ନେବାକୁ ପଡ଼ିଥାଏ । ଏଣୁ ବୈରଭାବରୁ ଦୂରେଇ ରହିବା ମଧ୍ୟ ଆଧ୍ୟାତ୍ମିକ ଆବଶ୍ୟକତା ବୋଲି ଯୁଧିଷ୍ଠିର ତାଙ୍କ କାମରେ ଦେଖାଇଛନ୍ତି।

ସମ୍ବନ୍ଧିତ ଖବର