କୁନି ଧୋନି ଗାଇଲେ ମାଲାୟଲି ଗୀତ : ଭିଡିଓ ହେଲା ଭାଇରାଲ୍
କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକ ସଂଖ୍ୟା ବହୁତ ଅଧିକ। ତାଙ୍କ ବିଷୟରେ ଯାହା ବି ଖବର ପ୍ରକାଶ ପାଇଲେ ତାହା ପ୍ରଶଂସକ ମହଲରେ ଆଦର ଲାଭ କରେ। ନିକଟରେ ଧୋନୀଙ୍କ କୁନି ଝିଅ ଜିଭାଙ୍କୁ ନେଇ ପ୍ରକାଶିତ ଖବର ଚର୍ଚ୍ଚାରେ ରହିଛି । ଜିଭାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁ ବାର ଭାଇରାଲ୍ ହୋଇଛି । ଏଥର କିନ୍ତୁ ଜିଭାଙ୍କର ଯେଉଁ ଭିଡିଓ ଭାଇରାଲ୍ ହୋଇଛି, ତାହା ବିସ୍ମୟଜନକ । ଇନଷ୍ଟାଗ୍ରାମରେ ଜିଭାଙ୍କର ଆକାଉଣ୍ଟରୁ ସେୟାର ହୋଇଛି ଏକ ଭିଡିଓ । ଏହି ଭିଡିଓ କୁ ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।
Sambad is now on WhatsApp
Join and get latest news updates delivered to you via WhatsApp
ସେୟାର କରାଯାଇଥିବା ଏହି ଭିଡିଓରେ ଜିଭା ଏକ ମାଲୟାଲମ୍ ଗୀତ ଗାଉଛନ୍ତି । ଯେଉଁ ଗୀତ ସେ ଗାଉଛନ୍ତି ଏହି ଗୀତରେ ଏକ ଲାଇନ୍ ଏପରି- ‘ଅମ୍ବାଲାପୁଜାଇ ୟୁନିକାନ୍ନାନୋଡୁ ନୀ’। ୧୯୯୧ରେ ଆସିଥିବା ପ୍ରସିଦ୍ଧ ଫିଲ୍ମ ‘ମୋହନଲାଲ୍’ର ଏହା ଏକ ଗୀତ ବୋଲି ଜଣାପଡ଼ିଛି । ଏହା ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ଭଜନ। ଦୁଇ ବର୍ଷର ଜିଭାଙ୍କର ଏହିପରି ମଲୟାଲମ ଭାଷାରେ ଗୀତ ଗାଇବା ନିଶ୍ଚୟ ଚକିତ କରିବ ସମସ୍ତଙ୍କୁ। କାରଣ ନା ମହେନ୍ଦ୍ର ସିଂହ ଧୋନୀ ମାଲୟାଲି ଅଟନ୍ତି ନା ତାଙ୍କ ସ୍ତ୍ରୀ ସାକ୍ଷୀ । ହେଲେ ଝିଅ ଜିଭାର ମୁହଁରେ ମାଲୟାଲମ ଶଦ୍ଦ ଆସିଲା କେମିତି?
ଏହାପୂର୍ବରୁ ଦୀପାବଳି ଅବସରରେ ଧୋନୀ ଓ ଜିଭାଙ୍କର ‘ଲଡୁ ଫାଇଟ୍’ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ ଜିଭା ଧୋନୀ ଉଭୟ ଲଡୁ ଖାଇବା ନେଇ ପରସ୍ପର ସହ ଲଢେଇ କରୁଥିବାର ନଜର ଆସିଥିଲା । ଏହି ଭିଡିଓ ଖୁବ୍ ମଜାଦାର ଥିଲା । ଏବେ ଜିଭାଙ୍କର ଗୀତ ଗାଇବାର ଭିଡିଓ ନିଶ୍ଚୟ ତାଙ୍କର ସଂଗୀତ ପ୍ରତିଭାର ପରିଚୟ ଦେଉଛି। ଧୋନୀ ଯେପରି ଖୁବ୍ କମ ଦିନରେ ନିଜର କ୍ୟାରିୟରରେ ଏକ ମାଇଲ ଖୁଣ୍ଟ ତିଆରି କରିଛନ୍ତି , ଜିଭା ବି ଧୋନୀଙ୍କ ଭଳି ଏଭଳି କିଛି ବିରଳ ସଫଳତା ହାସଲ କରିବେ ବୋଲି ସୂଚନା ମିଳିଛି।