ନୂଆଦିଲ୍ଲୀ : ଅନ୍ଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ଏବେ ପୁଣି ଚର୍ଚ୍ଚାକୁ ଆସିଛି । ଗ୍ରାହକ ଅମିତ ଶୁକ୍ଲା ମୁସ୍ଲିମ୍ ଡେଲିଭରୀ ବଏ ଖାଦ୍ୟ ଡେଲିଭରି କରୁଥିବା ଜାଣି ଅର୍ଡର କ୍ୟାନ୍ସଲ କରି ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଜୋମାଟୋ ଡେଲିଭରୀ ବଏଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ଗୁଜୁରାଟର ଭଦଦୋରାର ବୋଲି ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
Zomato Man@ZomatoIN @Zomato
It is heavy raining in Vadodara, Gujarat.
I saw this #Zomato guy was dragging his bike in knee deep water, probably his bike broken down due to water.
He called the customer to get the location & delivered the food.#GujaratRain pic.twitter.com/2Et2LMqsX0— Rutvik Patel (@RutvikP00748295) July 31, 2019
ଟୁଇଟ୍ରରେ ଜଣେ ବ୍ୟବହାରକାରୀ ଏହାକୁ ଅପ୍ଲୋଡ୍ କରିବା ପରେ ଭିଡିଓଟି ଭାଇରାଲ ହୋଇଛି । ଭିଡିଓ ସେୟାର କରି, ଗୁଜୁରାଟର ଭଦଦୋରାରେ ପ୍ରବଳ ବର୍ଷା ପାଇଁ ରାସ୍ତା ଘାଟରେ ପାଣି ଜମି ରହିଛି । ଏ ମଧ୍ୟରେ ମୁଁ ଜଣେ ଜୋମାଟୋ ଡେଲିଭରୀ ବଏଙ୍କୁ ଦେଖିଲି । ଯାହାଙ୍କ ଗାଡ଼ିରେ ବର୍ଷା ପାଣି ପଶି ବନ୍ଦ ହୋଇଯିବାରୁ ସେ ଠେଲି ଠେଲି ଗାଡ଼ିକୁ ନେଉଛନ୍ତି । ଏ ମଧ୍ୟରେ ତାଙ୍କ ଗାଡ଼ି ଆଗ ଚକାରେ କିଛି ଫସିଯିବା ପରେ ଗାଡ଼ିଟି ଆଗକୁ ବଢ଼ୁ ନାହିଁ । ପରେ ସେ ଗ୍ରହାକଙ୍କୁ ଫୋନ କରି ଠିକଣା ବୁଝିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଚକାରେ ଅଟକିଥିବା ଜିନିଷ କାଢ଼ି ଖାଦ୍ୟ ଡେଲିଭର କରିଥିଲେ ବୋଲି ଲେଖିଛନ୍ତି । ତେବେ ଭିଡିଓରେ ଡେଲିଭରୀ ବଏଙ୍କ କାମ ପ୍ରତି ନିଷ୍ଠା ଦେଖି ଲୋକେ ତାଙ୍କୁ ପ୍ରଂଶସା କରିବାରେ ଲାଗିଛନ୍ତି ।