ଅନୁଙ୍କୁ ରୌପ୍ୟ, ପାରୁଲ, ପୂଭାମାଙ୍କୁ କାଂସ୍ୟ

ଅନୁ ରାଣୀ ଜାକର୍ତା ଏସୀୟ କ୍ରୀଡ଼ାର ବିଫଳତାକୁ ପଛରେ ପକାଇ ଚଳିତ ଏସୀୟ ଦୌଡ଼କୁଦର ମହିଳା ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ପାଇଛନ୍ତି। ଫଳରେ ପ୍ରଥମ ଦିନରେ ଭାରତ ପଦକ ଖାତା ଖୋଲିଛି। ଅନୁ ୬୦.୨୨ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଏହି ସଫଳତା ଲାଭ କରିଥିଲେ। ଚୀନର ଲିଉ ହୁଇହୁଇ ନୂଆ ପ୍ରତିଯୋଗିତା କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ପାଇଥିଲେ। ସେପଟେ ମହିଳା ୫,୦୦୦ ମିଟର ଦୌଡ଼ରେ ପାରୁଲ ଚୌଧୁରୀ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ସମୟଠାରୁ ୨୦ ସେକେଣ୍ଡ କମ୍ ନେଇ କାଂସ୍ୟ ପଦକ ଜିତିଥିଲେ। ୨୪ ବର୍ଷୀୟା ଉତ୍ତର ପ୍ରଦେଶ ଝିଅ ପାରୁଲ ୧୫ ମିନିଟ୍ ୩୬.୦୩ ସେକେଣ୍ଡ ସମୟ ନେଇଥିଲେ। ଶେଷରେ ମହିଳା ୪୦୦ ମିଟର୍ ଦୌଡ଼ରେ ଏମଅର୍ ପୁଭାମା କାଂସ୍ୟ ପଦକ ମଧ୍ୟ ହାତେଇଥିଲେ। ବାହାରିନ୍‌ର ସଲୱା ନାସେର୍ (୫୧.୩୪ ସେକେଣ୍ଡ୍‌), କାଜାକସ୍ତାନର ଏଲିନା ମିଖିନ (୫୩.୧୯ ସେକେଣ୍ଡ୍‌) ଏବଂ ପୂଭାମା (୫୩.୨୧ ସେକେଣ୍ଡ୍‌) ଯଥାକ୍ରମେ ପ୍ରଥମ ୩ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର