ବର୍ମିହାମ : ବର୍ମିହାମର ଏଜବାଷ୍ଟନଠାରେ ଆଜି ବିଶ୍ୱକପ ୨୦୧୯ର ୨ୟ ସେମିଫାଇନାଲ ଇଂଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଛି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ଜିଣି ଅଷ୍ଟ୍ରେଲିଆ ଦଳ ନିଜର ୬ଷ୍ଠ ବିଶ୍ୱକପ ବିଜୟ ସ୍ୱପ୍ନକୁ ସାକାର କରିବା ଦିଗରେ ଆଉ ଏକ ପାଦ ଆଗେଇବ । ସେହିପରି ଇଂଲାଣ୍ଡ ଆଜିର ସେମିଫାଇନାଲ ମ୍ୟାଚ ଜିତି ଫାଇନାଲକୁ ଯିବା ପାଇଁ ଉଦ୍ୟମ କରିବ । ଇଂଲାଣ୍ଡ ଏପର୍ଯ୍ୟନ୍ତ କୌଣସି ବିଶ୍ୱକପ ଜିତିନଥିବାରୁ ଆଜି ମ୍ୟାଚ ଜିତିବାକୁ ସବୁ ଶକ୍ତି ଲଗାଇଦେବ ।
Sambad is now on WhatsApp
Join and get latest news updates delivered to you via WhatsApp
ଫାଇନାଲ ଅପେକ୍ଷା ଆଜି ମ୍ୟାଚ ହିଁ ଇଂଲାଣ୍ଡ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି, କାରଣ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଜିତିବା ସେତେଟା ସହଜ ହେବ ନାହିଁ । ଆହୁରି ମଧ୍ୟ ଟସ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରୁଥିବାରୁ ଇଂଲାଣ୍ଡର ଚିନ୍ତା ବଢିଯାଇଛି । ଆଜି ମ୍ୟାଚ ପାଇଁ ଇଂଲାଣ୍ଡ ଦଳ ଅପରିବର୍ତ୍ତିତ ଥିବାବେଳେ ଅଷ୍ଟ୍ରେଲିଆ ଦଳରେ ଉସମାନ ଖ୍ଵାଜାଙ୍କ ବଦଳରେ ପିଟର ହାଣ୍ଡସକମ୍ବ ଖେଳୁଛନ୍ତି ।