ନୂଆଦିଲ୍ଲୀ: ଅଭିନେତ୍ରୀ ସୋହା ଅଲ୍ଲୀ ଖାନଙ୍କ ଝିଅ ଇନାୟାଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ମିତାଲି ରାଜ୍ ଏକ ବ୍ୟାଟ୍ ଉପହାର ଦେଇଛନ୍ତି। ସୋହା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି ବ୍ୟାଟର ଛବି ପ୍ରକାଶ କରିଛନ୍ତି। ଏଥିରେ ମିତାଲିଙ୍କ ଦସ୍ତଖତ ଥିବା ଦେଖିବାକୁ ମିଳୁଛି। ସୋହା ବ୍ୟାଟ୍ର ଫଟୋ ପ୍ରକାଶ କରି ମିତାଲିଙ୍କୁ ଏଥିଲାଗି ଧନ୍ୟବାଦ ଦେଇଛନ୍ତି। ଇନାୟାଙ୍କ ଜେଜେବାପା ମନସୁର ଅଲ୍ଲୀ ଖାନ୍ ପଟୌଦି ନିଜ ସମୟରେ ଜଣେ ଲୋକପ୍ରିୟ କ୍ରିକେଟର ଥିଲେ। ସେ ମଧ୍ୟ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ।