ରାଜ୍ୟପାଳଙ୍କଠୁ ଏଭେ‌ରେଷ୍ଟ୍‌ ଆଶୀର୍ବାଦ ନେଲେ କଳ୍ପନା

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ଏଭେରେଷ୍ଟ୍‌ ଆରୋହୀ କଳ୍ପନା ଦାଶ ଦ୍ବିତୀୟ ଥର ଏହି ସର୍ବୋଚ୍ଚ ଗିରିଶୃଙ୍ଗ ଚଢ଼ିବା ଲାଗି ବାହାରିଛନ୍ତି। ତା’ ପୁଣି ୫୩ ବର୍ଷ ବୟସରେ। ୨୦୦୮ ମସିହାରେ ସଫଳତାର ସହ ଏଭେ‌ରେଷ୍ଟ୍ ଆରୋହଣ କରି ଓଡ଼ିଶା ଇତିହାସରେ ନୂଆ ଅଧ୍ୟାୟ ସଂଯୋଗ କରିଥିବା କଳ୍ପନା ଏଥର ଦକ୍ଷିଣ ନେପାଳ ପାର୍ଶ୍ବରୁ ଏଭ‌େରେଷ୍ଟ୍ ଆରୋହଣ କରିବାକୁ‌ ଯାଉଛନ୍ତି। ସୋମବାର କଳ୍ପନା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ଆଶୀର୍ବାଦ ନେଇ ଏହି ଅଭିଯାନରେ ବାହାରିଛନ୍ତି। ପୂର୍ବରୁ ୨୦୦୪ ଏବଂ ୨୦୦୬ରେ ସେ ପ୍ରୟାସ କରିଥିଲେ ମଧ୍ୟ ପ୍ରତିକୂଳ ପାଗ କାରଣରୁ ଶିଖରରେ ପହଞ୍ଚି ପାରିନଥିଲେ। ୨୦୦୮ରେ କିନ୍ତୁ ନିଜ ସ୍ବପ୍ନ ସାକାର କରିଥିଲେ।

ସମ୍ବନ୍ଧିତ ଖବର