କଟକ: କଟକ କ୍ଲବ୍ ପରିସରରେ ଆରମ୍ଭ ହୋଇଛି ରାଜ୍ୟ ସ୍ନୁକର ମାନ୍ୟତା ପ୍ରତିଯୋଗିତା। ପ୍ରଥମ ଦିନରେ କୁନାଲ ଅଗ୍ରଵାଲ, ଇନ୍ଦ୍ରଜିତ ଷଡ଼ଙ୍ଗୀ, ଅଶ୍ବିନୀ ପଟ୍ଟନାୟକ, ଜାକିର ଅଲ୍ଲୀ ଖାନ୍ ନିଜନିଜ ମ୍ୟାଚ୍ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। କୁନାଲ ୩-୧ରେ ବିରାଜ ଦାଶଙ୍କୁ, ଇନ୍ଦ୍ରଜିତ ୩-୧ରେ ହନି ଗୁରୁଙ୍କୁ, ଅଶ୍ବିନୀ ୩-୦ରେ ହେମତ ମୋର୍ଙ୍କୁ ହରାଇଛନ୍ତି। ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ୫ ଫ୍ରେମ୍ ବିଶିଷ୍ଟ ହେବ। କ୍ବାର୍ଟର ଫାଇନାଲ୍ ୭ ଫ୍ରେମ୍, ସେମି ଫାଇନାଲ୍ ୯ ଫ୍ରେମ୍ ଓ ଫାଇନାଲ୍ ୧୧ ଫ୍ରେମ୍ରେ ଅନୁଷ୍ଠିତ ହେବ। ଆସନ୍ତା ୧୬ ତାରିଖରେ ପ୍ରତିଯୋଗିତା ଉଦ୍ଯାପିତ ହେବ।