ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍-୧୨)ରେ କ୍ରମାଗତ ୬ ଥର ହାରିବା ପରେ ବିଜୟର ସ୍ୱାଦ ଚାଖିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଗୁରୁବାର ଶକ୍ତ ଝଟକା ଲାଗିଛି। ବିରାଟ କୋହଲିଙ୍କ ଟିମ୍ ବିଜୟୀ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ବୋଲର ଡେଲ୍ ଷ୍ଟେନ୍ ଆଘାତ ପାଇଛନ୍ତି। ଦକ୍ଷିଣ ଆଫ୍ରିକାର ଏହି ଅଭିଜ୍ଞ ବୋଲର ବୁଧବାର ଆଘାତ ଯୋଗୁଁ ପଂଜାବ ବିପକ୍ଷରେ ଖେଳି ନଥିଲେ। ପୂର୍ବରୁ ଆଶା କରାଯାଉଥିଲା ଯେ, ଡେଲ ଷ୍ଟେନ୍ ଅଧିକ ଆଘାତ ପାଇ ନାହାନ୍ତି କିନ୍ତୁ ଗୁରୁବାର ଯାଞ୍ଚ ପରେ ଜଣାପଡ଼ିଛି ଯେ, ଡେଲ ଷ୍ଟେନଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି ଏବଂ ଆଇପିଏଲରେ ଅନ୍ୟ ମ୍ୟାଚ୍ ଗୁଡ଼ିକ ଖେଳି ପାରିବେ ନାହିଁ।
୩୫ ବର୍ଷିଅ ଡେଲ ଷ୍ଟେନ୍ଙ୍କ ସ୍ଥାନରେ ବେଙ୍ଗାଲୁରୁ ନାଥନ କୁଲ୍ଟର ନାଇଲଙ୍କୁ ଟିମରେ ସାମିଲ କରିଥିଲା। ଡେଲ ଷ୍ଟେନ ଯେତେବେଳେ ବେଙ୍ଗାଲୁରୁ ସହିତ ଯୋଡ଼ି ହୋଇଥିଲେ, ଅଙ୍କ ତାଲିକାରେ ସେତେବେଳେ ଟିମ ଏକ ବିଜୟ ଓ ୭ ପରାଜୟ ଶିକାର ହୋଇଥିଲା। ଷ୍ଟେନ ଯୋଗ ଦେବାପରେ ଟିମ୍ ୨ଟି ମ୍ୟାଚରେ ବିଜୟୀ ହୋଇଥିଲା। ଷ୍ଟେନ ବେଙ୍ଗାଲୁରୁ ଟିମରେ ୨ଟି ମ୍ୟାଚ ଖେଳିଥିଲେ। ଏହି ୨ଟି ମ୍ୟାଚରେ ବେଙ୍ଗାଲୁରୁ ବିଜୟୀ ହୋଇଥିଲା।