ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ରବିବାର ଭାରତୀୟ ଦଳ ଘୋଷଣା ହେବ। ବିଶ୍ବକପ୍ର ସେମିଫାଇନାଲରୁ ବିଦାୟ ନେବା ପରେ ଚୟନକର୍ତା ରବିବାର କେତେକ କଠୋର ନିଷ୍ପତ୍ତି ନେଇ ପାରନ୍ତି। ପାଞ୍ଚଜଣ ଚୟନକର୍ତାଙ୍କ ସହ ଅଧିନାୟକ ବିରାଟ କୋହଲିଙ୍କ ବୈଠକ ପରେ ପ୍ରତୀକ୍ଷିତ ଦଳ ଘୋଷଣା କରାଯିବ। ଅଭିଜ୍ଞ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଏହି ଗସ୍ତରୁ ଓହରି ଯାଇଥିବାରୁ ଋଷବ ପନ୍ତ ତିନିଟି ଯାକ ଫର୍ମାଟର ପ୍ରଥମ ପସନ୍ଦ ୱିକେଟ୍ ରକ୍ଷକ ଭାବେ ଦଳରେ ରହି ପାରନ୍ତି। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର ଓ ମହମ୍ମଦ ସାମିଙ୍କୁ ନେଇ ମଧ୍ୟ ସମିତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରେ। ବରିଷ୍ଠଙ୍କୁ ବିଶ୍ରାମ ମିଳିଲେ ୫ ଯୁବ ତାରକା ନଭଦୀପ ସୈନି, ଖଲିଲ ଅହମ୍ମଦ, କ୍ରୁନାଲ ପାଣ୍ଡ୍ୟା, ଶ୍ରେୟସ୍ ଆୟର ଓ ଶୁଭମନ ଗିଲ ଦଳରେ ସ୍ଥାନ ପାଇ ପାରନ୍ତି। ଆହତ ଥିବାରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଓ ପୃଥ୍ବୀ ସ’ଙ୍କୁ ଚୟନକର୍ତା ବିଚାରକୁ ନେବେନି। ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପକୁ ଆଖି ଆଗରେ ରଖି ଚୟନକର୍ତା ଦଳ ବାଛିବାର ସମ୍ଭାବନା ଅଧିକ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp